www.samajalive.in
Saturday, December 13, 2025
26.1 C
Bhubaneswar

ଚନ୍ଦ୍ରଶେଖରଙ୍କ ସମେତ ବହୁନେତା କଂଗ୍ରେସ ଛାଡିଲେ

ବ୍ରହ୍ମପୁର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ  ଇସ୍ତଫା ଦେଇଛନ୍ତି । ଶ୍ରୀ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ  କଂଗ୍ରେସ ନେତା କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି।  ଚନ୍ଦ୍ରଶେଖର ସାହୁ ଓ ବରିଷ୍ଠ ନେତା ବିକ୍ରମ ପଣ୍ଡା ନିଜ ନିଜର ଇସ୍ତଫା ପତ୍ର ଏଆଇସିସି ଏବଂ ପିସିସି ସଭାପତିଙ୍କ ନିକଟକୁ  ପଠାଇଛନ୍ତି ।

ସେହିପରି ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସଞ୍ଜିତ କୁମାର ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବି ପୁଷ୍ପାବତୀ, ଛାତ୍ର କଂଗ୍ରେସ ଆବାହକ ତାପସ ସାହୁ, ଯୁବ କଂଗ୍ରେସ ସଭାପତି ଅଜିତ ପଣ୍ଡାଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ୫ଜଣ କଂଗ୍ରେସ କର୍ପୋରେଟର ବି ଶ୍ରୀନିବାସ ରାଓ, ଅନୀଲ କୁମାର ନାୟକ, ପ୍ରିୟଙ୍କା ଚୌଧୁରୀ, ଏମ ମିନାକ୍ଷୀ ଓ ମିନତି ବିଷୋୟୀ ସମସ୍ତେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

- Advertisement -

ଏପ୍ରିଲ ୪ତାରିଖରେ ବିଜେଡ଼ି ପକ୍ଷରୁ ଆୟୋଜିତ ହେବାକୁଥିବା ମିଶ୍ରଣ ପର୍ବରେ ଏହି ସମସ୍ତ ନେତା ସାମିଲ ହୋଇ ବିଜେଡିରେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


ଅନ୍ୟପକ୍ଷରେ  ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ନାଳିନୀକାନ୍ତ ଦେବଦର୍ଶୀ, ନଗର ଯୁବ କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ ସାହୁ  ମଧ୍ୟ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦୁଇ ଦିନ ତଳେ ନିଜ ସମର୍ଥକଙ୍କ ସହିତ ଆଲୋଚନା କରିବା ପରେ ଗୁରୁବାର ଶ୍ରୀ ସାହୁ ଓ ତାଙ୍କ ସମର୍ଥକମାନେ ଇସ୍ତଫା ଦେଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories