www.samajalive.in
Saturday, December 13, 2025
26.1 C
Bhubaneswar

୮ରୁ ଆବେଦନ, ଅଗଷ୍ଟ ୧୩ରେ ପ୍ରବେଶିକା

ଭୁବନେଶ୍ବର : ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷରେ ନାମଲେଖା ପାଇଁ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୩ରେ ଅନୁଷ୍ଠିତ ହେବ। ରାଜ୍ୟ ମନୋନୟନ ବୋର୍ଡ (ଏସ୍‌ଏସ୍‌ବି) ଦ୍ବାରା ଏହି ପ୍ରବେଶିକା ପରୀକ୍ଷା କରାଯିବ। ଏଥିନିମନ୍ତେ ଆବେଦନ ପ୍ରକ୍ରିୟା ଆସନ୍ତା ୮ତାରିଖରୁ ଆରମ୍ଭ ହେବ। ଜାରି ବିଜ୍ଞପ୍ତି ଅନୁଯାୟୀ, ୮ତାରିଖ ଅପରାହ୍ଣ ୨ଟାରୁ ସାମ୍ସ ୱେବସାଇଟରେ କମନ୍ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ। ଆବେଦନର ଶେଷ ତାରିଖ ଜୁଲାଇ ୧୫ ତାରିଖ ରାତି ୧୧ଟା ୪୫ ଧାର୍ଯ୍ୟ ହୋଇଛି। ପ୍ରବେଶିକା ପରୀକ୍ଷା ଲାଗି ହଲ୍ ଟିକଟ୍ ଅଗଷ୍ଟ ୭ତାରିଖ ଅପରାହ୍ଣ ୨ଟାରୁ ୱେବସାଇଟରେ ଉପଲବ୍ଧ ହେବ। ଅଗଷ୍ଟ ୧୩ରେ ପରୀକ୍ଷା ଏବଂ ୧୮ରେ ପ୍ରବେଶିକା ପରୀକ୍ଷାର ନମ୍ବର ଏସ୍ଏସ୍‌ବି ପକ୍ଷରୁ ଓକାକ୍‌କୁ ପ୍ରଦାନ କରାଯିବ। ଅଗଷ୍ଟ ୨୩ ଅପରାହ୍ଣ ୨ଟାରେ ମେଧା ତାଲିକା ପ୍ରକାଶ ପାଇବ। ସେହିପରି ଅଗଷ୍ଟ ୨୬ରେ ପ୍ରୋଭିଜନାଲ ଆଲଟମେଣ୍ଟ ସିଟ୍ ସମ୍ପର୍କରେ ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ୨୮ତାରିଖ ସକାଳ ୯ଟାରେ ନାମଲେଖା ଲାଗି ରିପୋର୍ଟିଂ କରିବେ। ଏହି ଇଣ୍ଟିଗ୍ରେଟେଡ (ସମନ୍ବିତ) ପାଠ୍ୟକ୍ରମରେ ୩ଟି ବିଷୟକୁ ସାମିଲ କରାଯାଇଛି। ସେଥିରେ ଓଡ଼ିଆ ଲାଙ୍ଗୁଏଜ୍ ଆଣ୍ଡ ଲିଟରେଚର, ଲିଙ୍ଗୁଇଷ୍ଟିକ୍ ଆଣ୍ଡ୍ ନାଚୁରାଲ ଲାଙ୍ଗୁଏଜ୍ ପ୍ରୋସେସିଂ ଏବଂ ରିଜିଓନାଲ, ଟ୍ରାଇବାଲ ଲାଙ୍ଗୁଏଜ ଆଣ୍ଡ ହେରିଟେଜ୍ ଷ୍ଟଡିଜ ବିଷୟ ରହିଛି। ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର ଏବଂ ସମ୍ବଲପୁରରେ ପ୍ରବେଶିକା ଲାଗି ପରୀକ୍ଷା କେନ୍ଦ୍ର କରାଯିବ ବୋଲି ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories