www.samajalive.in
Thursday, December 11, 2025
18.1 C
Bhubaneswar

ପରବର୍ତ୍ତୀ ନିଶାଣ ବିହାର !

ନୂଆଦିଲ୍ଲୀ : ଆଞ୍ଚଳିକ ଦଳଙ୍କ ଧ୍ବଂସକାରୀ ଭାବେ ପରିଚିତ ବିଜେପି ମାତ୍ର ୪ ମାସ ମଧ୍ୟରେ ମହାରାଷ୍ଟ୍ରର ଦୁଇ ଆଞ୍ଚଳିକ ଦଳରେ ବିଭାଜନ ଘଟାଇବାରେ ସଫଳ ହୋଇଛି। ଶିବସେନା ପରେ ଏବେ ଏନ୍‌ସିପିରେ ଏକପ୍ରକାର ବିଭାଜନ ହୋଇଥିବାବେଳେ ଆଗକୁ ବିହାର ପାଳି ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିରୋଧୀ ଦଳଙ୍କୁ ଏକାଠି କରିବା ଉଦ୍ୟମ ଚଳାଇଥିବା ଜେଡି(ୟୁ) ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପାନେ ଚଖାଇବା ପାଇଁ ଏହି ଦଳରେ ବିଭାଜନ ଘଟାଇବା ଉଦ୍ୟମ ଚାଲିଥିବା ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ ଏଭଳି ଭବିଷ୍ୟବାଣୀ କରିଛନ୍ତି। ବିଜେପି ନେତା ସୁଶୀଲ କୁମାର ମୋଦି ମଧ୍ୟ ସମାନ ସୂଚନା ଦେଇଛନ୍ତି। ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଉପେନ୍ଦ୍ର କୁଶୱା ଜେଡି(ୟୁ) ଛାଡ଼ି ନିଜର ଦଳ ଗଠନ କରିଛନ୍ତି। ଏବେ ଜିତନ୍‌ ରାମ ମାନ୍‌ଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ମଧ୍ୟ ନୀତୀଶଙ୍କ ହାତ ଛାଡ଼ିଛି। ସମ୍ପ୍ରତି ଜେଡି(ୟୁ) ଓ ଲାଲୁ ଯାଦବଙ୍କ ଆରଜେଡି ମଧ୍ୟରେ ମିଶ୍ରଣ ପାଇଁ ନୀତୀଶ ଉଦ୍ୟମ ଚଳାଇଛନ୍ତି। ନୀତୀଶ ଦଳକୁ ଏକାଠି ରଖିବା ପାଇଁ ପ୍ରତ୍ୟେକ ବିଧାୟକଙ୍କୁ ଜଣଜଣ କରି ଭେଟୁଛନ୍ତି। ଏପରିସ୍ଥଳେ ଶିବସେନା ଓ ଏନ୍‌ସିପି ଭଳି ଜେଡି(ୟୁ)ରେ ବିଭାଜନ ହେବ ବୋଲି ଉପରୋକ୍ତ ଦୁଇ ବିଜେପି ନେତା କହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories