www.samajalive.in
Sunday, December 14, 2025
26.1 C
Bhubaneswar

ଗୁରୁ ପୂର୍ଣ୍ଣିମାରେ ରାଶି ଅନୁଯାୟୀ କରନ୍ତୁ ଦାନ ; ମିଳିବ ସୁଖସମୃଦ୍ଧି

ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା। ହିନ୍ଦୁ ଧର୍ମରେ ଏହି ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି। ଗୁରୁ ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ଜ୍ଞାନ ପ୍ରଦାନ କରିଥାଆନ୍ତି। ଗୁରୁଙ୍କୁ ସାକ୍ଷାତ ଈଶ୍ୱର ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଦିନ ରାଶି ଅନୁଯାୟୀ କିଛି ସ୍ୱତନ୍ତ୍ର ଜିନିଷ ଦାନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜାଣନ୍ତୁ..
ମେଷ ରାଶି- ଗୁରୁ ପୂର୍ଣ୍ଣିମାରେ ଏହି ରାଶିର ବ୍ୟକ୍ତି ବିଶେଷ ଗୁଡ ଓ ଲାଲ ରଙ୍ଗର ବସ୍ତ୍ର ଅସହାୟଙ୍କୁ ଦାନ କରନ୍ତୁ। ଏହାଦ୍ୱାରା ଆର୍ଥିକ ସ୍ଥିତି ମଜଭୂତ ହୋଇଥାଏ।
ବୃଷ – ଏହି ରାଶିର ବ୍ୟକ୍ତି ବିଶେଷ ମିଶ୍ରି ଦାନ କରନ୍ତୁ। ଏହାସହ ପ୍ରଭୁଙ୍କ ନିକଟରେ ଘିଅର ଦୀପ ଜଳାନ୍ତୁ।
ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷ ଗାଈଙ୍କୁ ଘାସ ଖାଇବାକୁ ଦିଅନ୍ତୁ। ସବୁଜ ମୁଗ ଦାନ କରନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷ ଅସହାୟଙ୍କୁ ଚାଉଳ ଦାନ ଦିଅନ୍ତୁ। ଏହାଦ୍ୱାରା ଚିନ୍ତାରୁ ମୁକ୍ତି ମିଳିଥାଏ।
ସିଂହ – ଏହି ରାଶିର ବ୍ୟକ୍ତି ବିଶେଷ ଗହମ ଦାନ କରନ୍ତୁ। ଏହାଦ୍ୱାରା ମାନସମ୍ମାନ ବୃଦ୍ଧି ହୋଇଥାଏ।
କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ବ୍ରାହ୍ମଣଙ୍କୁ ଭୋଜନ କରାଇବା ସହ ଦକ୍ଷିଣା ଦିଅନ୍ତୁ।
ତୁଳା – ଏହି ରାଶିର ବ୍ୟକ୍ତି ବିଶେଷ କନ୍ୟାମାନଙ୍କୁ କ୍ଷୀରି ଖୁଆନ୍ତୁ। ଏହାଦ୍ୱାରା ଯଶ ଓ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ।
ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ଛାତ୍ରଙ୍କୁ ବିଭିନ୍ନ ପୁସ୍ତକ, କଲମ ଆଦି ଶିକ୍ଷା ସହ ଜଡିତ ବିଭିନ୍ନ ଜିନିଷ ଦାନ କରନ୍ତୁ।
ଧନୁ – ଏହି ରାଶିର ବ୍ୟକ୍ତି ବିଶେଷ ମନ୍ଦିରରେ ଚଣା ଦାନ କରନ୍ତୁ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ।
ମକର – ଏହି ରାଶିର ବ୍ୟକ୍ତି ବିଶେଷ ଅସହାୟଙ୍କୁ କମ୍ବଳ ଦାନ କରନ୍ତୁ। ଏହାଦ୍ୱାରା ବ୍ୟବସାୟ ଓ କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ।
କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷ ଅସହାୟଙ୍କୁ ପୋଷାକ,ଅନ୍ନ ଆଦି ଦାନ କରନ୍ତୁ। ମନ୍ଦିରରେ ବିରି ମଧ୍ୟ ଦାନ କରିପାରିବେ। ଏହାଦ୍ୱାରା ଶୁଭଫଳ ମିଳିଥାଏ।
ମୀନ – ଏହି ରାଶିର ବ୍ୟକ୍ତି ବିଶେଷ ବେସନରେ ପ୍ରସ୍ତୁତ ମିଠା ଅସହାୟଙ୍କୁ ଦାନ କରନ୍ତୁ। ଏହାଦ୍ୱାରା ମନସ୍କାମନା ପୂରଣ ହୋଇଥାଏ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories