www.samajalive.in
Sunday, December 14, 2025
23.1 C
Bhubaneswar

ୟୁସିସିକୁ ମାୟାବତୀଙ୍କ ସମର୍ଥନ

ନୂଆଦିଲ୍ଲୀ :  ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ସମାନ ନାଗରିକ ସଂହିତା (ୟୁସିସି)କୁ ସମର୍ଥନ ଜଣାଇଛନ୍ତି। ରବିବାର ଏଠାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମାୟାବତୀ କହିଛନ୍ତି ଯେ ୟୁସିସି କାର୍ଯ୍ୟକାରୀ କରାଯିବା ଦ୍ବାରା ଦେଶରେ ଭ୍ରାତୃତ୍ବଭାବ ବୃଦ୍ଧି ହେବ। ଏହାଦ୍ବାରା ଦେଶ ଶକ୍ତିଶାଳୀ ହେବ। ତେବେ ଶାସକ ବିଜେପିକୁ ସମାଲୋଚନା କରି ସେ କହିଛନ୍ତି ଯେ ଶାସକ ଦଳ ୟୁସିସିକୁ ଦେଶରେ ବଳପୂର୍ବକ କାର୍ଯ୍ୟକାରୀ କରିବାକୁ ଚାହୁଁଛି । ଯାହା ଠିକ୍ ନୁହେଁ। ବିଏସପି ୟୁସିସିକୁ ବିରୋଧ କରୁ ନାହିଁ। ମାତ୍ର ବିଜେପି ଯେଉଁ ଉପାୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛି ତାକୁ ଦଳ ବିରୋଧ କରୁଛି । ୟୁସିସିକୁ ନେଇ ଶାସକ ଦଳ ରାଜନୀତି କରିବା ଠିକ୍ ନୁହେଁ ବୋଲି ମାୟାବତୀ କହିଛନ୍ତି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ କେନ୍ଦ୍ର ସରକାର ବର୍ତ୍ତମାନ ସମୟରେ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ, ବେରୋଜଗାରୀ, ଶିକ୍ଷା ଓ ସ୍ବାସ୍ଥ୍ୟସେବା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବା ଦରକାର। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୟୁସିସି ଲାଗୁ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଏହାକୁ ନେଇ ଦେଶରେ ରାଜନୀତି ସରଗରମ ରହିଛି। ସଂସଦର ମୌସୁମୀ ଅଧିବେଶନ କାଳରେ ସରକାର ୟୁସିସି ବିଧେୟକ ଆଗତ କରିବାର ସମ୍ଭାବନା ରହିଛି। ତେବେ ୟୁସିସି ପ୍ରତି ବିରୋଧୀ ଦଳଗୁଡିକର ସମର୍ଥନ ଧୀରେ ଧୀରେ ବଢିବାରେ ଲାଗିଛି। ଆମ୍ ଆଦମୀ ପାର୍ଟି (ଆପ୍‌) ଓ ଉଦ୍ଧବ ଠାକରେଙ୍କ ନେତୃତ୍ବ ଶିବସେନା ୟୁସିସିକୁ ସମର୍ଥନ ଜଣାଇଛନ୍ତି। ୟୁସିସି ପ୍ରସଙ୍ଗରେ ଆଇନ ଆୟୋଗ (ଲ’ କମିସନ) ଜନସାଧାରଣ, ରାଜନୈତିକ ଦଳ, ଧାର୍ମିକ ସଂଗଠନ ଭଳି ବିଭିନ୍ନ ଅଂଶୀଦାରଙ୍କ ଠାରୁ ପୁନର୍ବାର ମତାମତ ଲୋଡିଛନ୍ତି। ଜୁଲାଇ ୧୩ ପର୍ଯ୍ୟନ୍ତ ଅଂଶୀଦାରମାନେ ସେମାନଙ୍କ ମତାମତ ଦେଇପାରିବେ। ମତାମତ ଆଧାରରେ ଆୟୋଗ ସରକାରଙ୍କ ୟୁସିସି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories