www.samajalive.in
Friday, December 12, 2025
17.1 C
Bhubaneswar

ଲାୟନ୍ସ କ୍ଲବ ବୁର୍ଲା ପ୍ରଗତୀ ପକ୍ଷରୁ ୨୩-୨୪ ବର୍ଷର ତ୍ରିସ୍ଥରୀୟ କାର୍ଯ୍ୟକ୍ରମ

ବୁର୍ଲା: ଲାୟନ୍ସ କ୍ଲବ ବୁର୍ଲା ପ୍ରଗତୀ ପକ୍ଷରୁ ୨୩-୨୪ ବର୍ଷ ଆରମ୍ଭରେ ବସନ୍ତବିହାର ପ୍ରସ୍ତାବିତ ପାର୍କଠାରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ପୋଷ୍ଟାଲ ୱାର୍କସ ଦିବସ ଅବସରରେ ଜ୍ୟୋତିବିହାର ପୋଷ୍ଟ ଅଫିସର ସମସ୍ତ କର୍ମଚାରୀଙ୍କୁ ମାନପତ୍ର ଓ ଛତା ବଣ୍ଟନ କରାଯାଇଥିଲା। ଏହାପରେ ବିଶ୍ୱ ଡାକ୍ତର ଦିବସ ଅବସରରେ ବୁର୍ଲା ଡ଼ିଏଫସି ଗେଷ୍ଟ ହାଉସରେ ଭିମସାରର ୧୯ ଜଣ ଡାକ୍ତରଙ୍କୁ ମାନପତ୍ର ଓ ଫୁଲତୋଡ଼ା ସହ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ନୁତନ ଭାବରେ ନିର୍ବାଚିତ ସଭାପତି ଲାୟନ ପ୍ରମୋଦ କୁମାର ଦାଶ, ସମ୍ପାଦକ ଲାୟନ ସ୍ୱପ୍ନା ନନ୍ଦ, କୋଷାଧ୍ୟକ୍ଷ ଲାୟନ ବିଜୟ କୁମାର ପ୍ରଧାନ, ବରିଷ୍ଠ ସଭ୍ୟ ଲାୟନ ଲବ ମହାନନ୍ଦ, ଲାୟନ ପ୍ରଫୁଲ୍ଲା କୁମାର ପ୍ରଧାନ, ଲାୟନ ଅଶୋକ କୁମାର ସାହୁ, ଲାୟନ ବାବୁଲାଲ ତିର୍କି, ଲାୟନ ଲୋଚନ ଆରୁଖ, ଲାୟନ ସୁଧିର କୁମାର ପଶାୟତ, ଲାୟନ ଶାନ୍ତା ବାହାଦୁର ପ୍ରମୁଖ ପରିଚାଳନା କରିଥିବା ବେଳେ ବସନ୍ତବିହାରର ଚିତ୍ତରଞ୍ଜନ ସ୍ୱାଇଁ, ବିଭୁତି ବରାଡ଼, ମନୋଜ ବଗର୍ତ୍ତୀ, ଅଶୋକ ଭୁଆଁ, ବିରଂଚି ଖଡ଼ିଆ ପ୍ରମୁଖ ଚାରାରୋପଣରେ ସହାୟତା କରିଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories