www.samajalive.in
Friday, December 12, 2025
19.1 C
Bhubaneswar

୭ ଚୋରି ମଟର ସାଇକେଲ ଜବତ, ୨ ଗିରଫ

ଚୌଦ୍ୱାର: ମଟର ସାଇକେଲ ଚୋରି ଅଭିଯୋଗରେ ଚୌଦ୍ୱାର ପୁଲିସ ୨ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୭ଟି ଚୋରି ମଟର ସାଇକେଲ ଜବତ କରିଛି। ଅଭିଯୁକ୍ତ ମାନେ ହେଲେ ଯାଜପୁର ଜିଲା କଳିଙ୍ଗ ନଗର ଅଞ୍ଚଳର ଦିପୁ ପିଙ୍ଗୁଆ (୨୭) ଓ କଟକ ସଦର ରଥଗଢ଼ାସାହିର ଚିରଞ୍ଜିବ ଉତ୍‌‌ଥାନ (୨୬)। ପୁଲିସ ସୂଚନା ଅନୁଯାୟୀ ଚୌଦ୍ୱାର ନିକଟ କଜଳକଣାରେ ଥିବା ଏକ କମ୍ପାନୀରେ ସିକ୍ୟୁରିଟି ଭାବେ କାର୍ଯ୍ୟକରୁଥିବା ଖୁଣ୍ଟୁଣୀ ଅଞ୍ଚଳର ମନୋଜ ବେହେରା ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେଯେ ଗତ ୨୦ ତାରିଖ ଦିନ ସେ କମ୍ପାନୀ କାର୍ଯ୍ୟରେ ଦେବୀ ନଗରକୁ ଯାଇ ସେଠାରେ ନିଜ ମଟର ସାଇକେଲଟିକୁ ରଖିଥିବାବେଳେ କେହି ତାଙ୍କ ମଟର ସାଇକେଲଟିକୁ ଚୋରି କରି ନେଇଥିଲା। ଥାନା ଏସ୍‌‌ଆଇ ନିରଞ୍ଜନ ଭୋଇ ଘଟଣାର ତଦନ୍ତ କରି ଚୌଦ୍ୱାର ମୁଣ୍ଡମାଳ ଛକରୁ ଅଭିଯୁକ୍ତ ମାନଙ୍କୁ ଧରିବା ସହିତ ସେମାନଙ୍କ ନିକଟରୁ ଚୋରି ମଟର ସାଇକେଲଟିକୁ ଜବତ କରିଥିଲେ।ଏଥି ସହିତ ସେମାନେ ବିଭିନ୍ନ ସ୍ଥାନରୁ ଚୋରି କରିଥିବା ଆଉ ୬ଟି ମଟର ସାଇକେଲ ମଧ୍ୟ ଜବତ କରାଯାଇଥିଲା। ଜବତ ମଟର ସାଇକେଲ ଗୁଡ଼ିକ ମଧ୍ୟରେ ହିରୋହୋଣ୍ଡା ସ୍ପେ୍ଲଣ୍ଡର ୩ଟି, ୟୁନିକନ୍‌‌ ଗୋଟିଏ, ଗୋଟିଏ ବୁଲେଟ, ଗୋଟିଏ ପଲସର ଏବଂ ଗୋଟିଏ ସୁଜୁକି ସ୍କୁଟି ଅନ୍ତର୍ଭୁକ୍ତ। ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ କରାଯାଇଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories