ବୁର୍ଲା: ବୁର୍ଲା ଭିସୁଟର ୧୫ତମ ପ୍ରତିଷ୍ଠା ଦିବସ ଆଜି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଓଡ଼ିଶାର ସର୍ବପୁରାତନ ଇଞ୍ଜିନିୟରିଙ୍ଗ ମହାବିଦ୍ୟାଳୟ (ୟୁସିଇ) ଗତ ଅଗଷ୍ଟ ମାସ ୧୨ ତାରିଖ ୧୯୫୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ପ୍ରଥମେ ତିନୋଟି ପାଠ୍ୟକ୍ରମ ସିଭିଲ, ଇଲେକ୍ଟ୍ରିକାଲ ଏବଂ ମେକାନିକାଲ ଇଞ୍ଜିନିୟରିଙ୍ଗ ଆରମ୍ଭ ହୋଇଥିବା ବେଳେ ପ୍ରତି ଶାଖାରେ ୨୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଉଥିଲେ। ପରବର୍ତ୍ତି ସମୟରେ ୧୯୬୭ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ରହିଥିବା ଏବଂ ପରେ ଜୁଲାଇ ୨୦୦୨ ମସିହାରେ ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି)କୁ ସ୍ଥାନାନ୍ତରିତ ହୋଇଥିଲା। ଗତ ୨୦୦୯ ମସିହାରେ ବୀର ସୁରେନ୍ଦ୍ର ସାଏ ବଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ରୁପାନ୍ତରିତ ହୋଇଥିଲା। ଜୁଲାଇ ୧ ତାରିଖରୁ ୨୦୦୯ରୁ ଏହା ଓଡ଼ିଶା ସରକାରଙ୍କ ଦ୍ୱାରା ୟୁନିଟାରୀ ବିଶ୍ୱବିଦ୍ୟାଳୟରେ ରୁପାନ୍ତରିତ ହୋଇଥିଲା। ସ୍ୱାଧିନତା ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏ ନିଜ ଜୀବନକୁ ଉତ୍ସର୍ଗିକୃତ କରିଥିଲେ ସେହି ମହାନ ଭାରତ ମାତାର ଦାୟାଦ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଏହାକୁ ନାମିତ କରାଯାଇଛି। ୬୭ ବର୍ଷରୁ ଅଧିକ ସମୟର ଏହି ଅନୁଷ୍ଠାନର ଗୌରବମୟ ଇତିହାସ ସହିତ ଭିସୁଟରେ ଆଧୁନିକ ବୈଷୟିକ ଶିକ୍ଷା ପ୍ରଦାନ କରି ଆସୁଛି। ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ମଧ୍ୟରେ ଅନେକ ଉଚ୍ଚପଦପଦବୀରେ ଆସିନ ହୋଇଥିବା ବେଳେ କିଭଳି ଭାବରେ ଅନୁଷ୍ଠାନର ଉନ୍ନତି ଦିଗରେ ସଦାସର୍ବଦା ଚେଷ୍ଟିତ ରହିଛନ୍ତି। ତେବେ ଆଜି ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତି ଫାଟକର ଶ୍ରୀ ଗଣେଷଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ ମୁଖ୍ୟ ଫାଟକ ନିକଟରେ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସୁବର୍ଣ୍ଣ ଜୟନ୍ତି ସମ୍ମିଳନି କକ୍ଷରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛତ୍ରୀ ବହୁଳ ମାତ୍ରାରେ ଉପସ୍ତିତ ରହିଥିଲେ। ଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଭିସୁଟର କୁଳପତି ପ୍ରଫେସର ବଂଶୀଧର ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ଏନଆଇଆରଏଫ୍ ର୍ୟାଙ୍କିଙ୍ଗ ହାସଲରେ ସମସ୍ତ ସହଯୋଗ କାମନା କର ଅନୁଷ୍ଠାନର ଉନ୍ନତି ସକାଶେ ଦିନରାତି ପରିଶ୍ରମର ଆବଶ୍ୟକତା ରହିଥିବା ବ୍ୟକ୍ତ କରିଥିଲେ। ସ୍କୁଲ ଅଫ୍ ଇନଫ୍ରାଷ୍ଟ୍ରକଚର ଏବଂ ପ୍ଲାନିଙ୍ଗର ଡ଼ିନ ପ୍ରଫେସର ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଫାକୁଆଲଟି ଏବଂ ପ୍ଲାନିଙ୍ଗ ଡ଼ିନ ପ୍ରଫେସର ରମାକାନ୍ତ ପାଣିଗ୍ରାହୀ ଏବଂ ସିନିୟର ଇନଷ୍ଟ୍ରକଟର ଇଂ ଅଭୟ କୁମାର ଶତପଥି ପ୍ରମୁଖ ଫାକୁଆଲଟି, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ସହଯୋଗ କାମନା କରିଥିଲେ ଅନୁଷ୍ଠାନକୁ ଆର୍ନ୍ତଜାତୀୟ ସ୍ତରରେ ଦଶ୍ୟମାନ ଏବଂ ବିକାଶ କ୍ଷେତ୍ରରେ। ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରିୟ ରଞ୍ଜନ ମହାପାତ୍ର, ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଗଣେଶ୍ୱର ନାଥ, ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିଷ୍କ ବିଭାଗୀୟ ମୁଖ୍ୟ ଡ ଶାନ୍ତି ବେହେରା, ଇଲେକ୍ଟ୍ରୋନିଷ୍କ ଏବଂ ଟେଲିକମ୍ୟୁନିକେସନ ବିଭାଗୀୟ ମୁଖ୍ୟ ପ୍ରଫେସର ହରିଶ କୁମାର ସାହୁ, ଇଲେକ୍ଟ୍ରିକାଲ ବିଭାଗୀୟ ମୁଖ୍ୟ ଡ ପାପିଆ ରାଏ, ମେକାନିକାଲ ଇଞ୍ଜିନିୟରିଙ୍ଗ ବିଭାଗୀୟ ମୁଖ୍ୟ ଡ ସୁମନ୍ତ ପଣ୍ଡା, କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଙ୍ଗ ବିଭାଗୀୟ ମୁଖ୍ୟ ଡ ସୁବାସିନୀ ପାଣିଗ୍ରାହୀ, ଡ଼ିନ ପ୍ରଫେସର ଜୟଦେବ ରଣା, ଡ ମନିଲା ମଲ୍ଲୀକ, ଡ ସୁଚେତା ପଣ୍ଡା, ବଳିଷ୍ଠ ସୋହେଲା, ଚନ୍ଦନ ପ୍ରଧାନ, ପ୍ରିୟବ୍ରତ ସାହୁ ଏବଂ ଅନ୍ୟାନ୍ୟ ଫାକୁଆଲଟି, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ତିତ ରହିଥିଲେ। ଶେଷରେ ଡ ସସ୍ମିତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



