www.samajalive.in
Friday, December 12, 2025
26.1 C
Bhubaneswar

ସ୍ଥାୟୀ ନିଯୁକ୍ତି ଓ ବକେୟା ପ୍ରାପ୍ୟ ନେଇ ବିକେ ଷ୍ଟିଲ ଫାଟକ ସମ୍ମୁଖରେ ଧାରଣା

ଗୁରୁଡ଼ିଝାଟିଆ: ସ୍ଥାୟୀ ନିଯୁକ୍ତି ଓ ବକେୟା ପ୍ରାପ୍ୟ ଦାବି ନେଇ ଖୁଣ୍ଟୁଣୀର ରମ୍ପେଇ ଠାରେ ଥିବା ବିକେ ଷ୍ଟିଲ କାରଖାନା ସମ୍ମୁଖରେ ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଂଘର କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଦାବି ପୂରଣ ନହେଲେ କାରଖାନା ସମ୍ମୁଖରୁ ହଠିବେ ନାହିଁ ବୋଲି ଅଡି ବସିଛନ୍ତି। ଘଟଣାସ୍ଥଳରେ ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ, ଗୁରୁଡ଼ିଝାଟିଆ ଥାନା ଅଧିକାରୀ ରଞ୍ଜନ ପ୍ରଧାନ ପହଞ୍ଚି ଧାରଣାରତ କର୍ମଚାରୀ ମଣ୍ଡଳୀ ସହିତ ବିକେ ଷ୍ଟିଲ କର୍ମକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ କରାଇ ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ମାହେଶ୍ୱରୀ ଇସ୍ପାତ କାରଖାନାକୁ ବିକେ ଷ୍ଟିଲ କାରଖାନା କର୍ତ୍ତୃପକ୍ଷ କିଣି ଏହାକୁ ଉତ୍ପାଦନକ୍ଷମ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ହେଲେ ମାହେଶ୍ୱରୀ ଇସ୍ପାତ କାରଖାନାରେ କାର୍ଯ୍ୟରତ ସ୍ଥାୟୀୟ ଅଞ୍ଚଳର ଯୁବକମାନେ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କ ବକେୟା ଏପର୍ଯ୍ୟନ୍ତ ପୁରଣ କରାଯାଇନାହିଁ। କାରଖାନା ବନ୍ଦ ହେବା ପରେ ଦୀର୍ଘବର୍ଷ ଧରି କର୍ମଚାରୀମାନେ ଅର୍ଥନୈିତିକ ଅନାଟନ ଭିତରେ କାଳତିପାତ କରୁଛନ୍ତି। ବିକେ ଷ୍ଟିଲ କର୍ତ୍ତୃପକ୍ଷ ମାହେଶ୍ୱରୀ ଇସ୍ପାତକୁ କିଣିବା ପରେ ପୁରୁଣା କର୍ମଚାରୀମାନଙ୍କୁ କାରଖାନାରେ ନିଯୁକ୍ତି ପାଇଁ ପଦକ୍ଷେପ ନେଉନାହାନ୍ତି। ବାରମ୍ବାର ଦାବିପତ୍ର ଦେବାପରେ ମଧ୍ୟ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ଏଣୁ ଗତ ସପ୍ତାହରେ କାରଖାନା କର୍ମଚାରୀ ସଂଘର କର୍ମକର୍ତ୍ତା ଓ ହିନ୍ଦ ମଜଦୁର ସଂଘର କର୍ମକର୍ତ୍ତାମାନେ ମିଳିତ ଭାବରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କାରଖାନା କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଥିଲେ। ଦାବି ପୁରଣ ନହେଲେ ଆଜି ଠାରୁ କାରଖାନା ସମ୍ମୁଖରେ ଧାରଣା ଦେବେ। ତେଣୁ କାରଖାନା କର୍ତ୍ତୃପକ୍ଷ ଦାବି ପୁୁରଣ ନକରିବାରୁ ଆଜି ବାଧ୍ୟ ହୋଇ କର୍ମଚାରୀମାନେ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ହିନ୍ଦ ମଜଦୁର ସଂଘର ରାଜ୍ୟ ସଂପାଦକ ଗିରିଜା କିଂକର ନାୟକ ,ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଂଘର ବରିଷ୍ଠ କର୍ମକର୍ତ୍ତା ଗଗନ ବିହାରୀ ପରିଡ଼ା, ହିଂମାଶୁ ପ୍ରଧାନ, ଶ୍ରମିକ ନେତା ଅଶୋକ ରାଉତ, ସୁବ୍ରତ ମହାପାତ୍ର, ସତ୍ୟାନନ୍ଦ ରାଉତ, ବିନୋଦ କୁମାର ସାହୁ, ଉପେନ୍ଦ୍ର ନନ୍ଦ ପ୍ରମୁଖ ଧାରଣାରେ ନେତୃତ୍ୱ ନେଇଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories