ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜ ନଗରର ଦଧିବାମନ ଜୀଉଙ୍କ ସୁନା ବେଶ ଅନୁଷ୍ଠିତ ହୋଇଛି। ପୂଜକ ପ୍ରଦୀପ ପାଣି, ଗୋପୀନାଥ ପଣ୍ଡା, ସତ୍ୟବାନ ପଣ୍ଡା ଓ ଲୁଲୁ ମିଶ୍ର ପ୍ରମୁଖ ସୁନାବେଶ ନୀତି ସମ୍ପାଦନ କରିଥିଲେ। ସୁନା ଚିତା, ସୁନା ପାଣିଦିଆ ରୁପା ଅଳଙ୍କାରରେ ଶ୍ରୀ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କ ମୂର୍ତ୍ତିଙ୍କୁ ଆକର୍ଷଣୀୟ ରୂପରେ ବେଶ କରାଯାଇଥିଲା। ସୁନାବେଶ ଦେଖିବାକୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ତୁରୁମୁଙ୍ଗା ପୁଲିସ ଉପସ୍ଥିତିରେ ସ୍ଥାନୀୟ ସରପଞ୍ଚ ସୁଧାଂଶୁ ନାୟକ ଓ ଅନ୍ୟମାନେ ଏଠାରେ ଉପସ୍ଥିତ ଥିଲେ।
Popular Categories



