www.samajalive.in
Sunday, December 14, 2025
26.1 C
Bhubaneswar

ଜୀ-ସାର୍ଥକରେ ‘ଦେଖିବା ନିତି, ହେବା ଲକ୍ଷପତି’ ପ୍ରତିଯୋଗିତାର ମେଗା ବିଜେତା ଘୋଷଣା

ଡେସ୍କ: ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ଏପ୍ରିଲ ୩ରୁ ଆରମ୍ଭ ହୋଇ ମେ ୨୭ ପର୍ଯନ୍ତ ଚାଲିଥିବା ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି”ର ମେଗା ବିଜେତା ଘୋଷଣା ହୋଇଛି। ନିୟମ ମୁତାବକ ପ୍ରତିଦିନ ସନ୍ଧ୍ୟା ୭ ଟା ରୁ ରାତି ୯:୩୦ ମଧ୍ୟରେ ପ୍ରସାରିତ ହେଉଥିବା ଧାରାବାହିକରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଏହି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଓଡିଆ ଦର୍ଶକ ଭାଗ ନେଇଥିଲେ ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଥିଲା।

ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ପ୍ରଯୋଜିତ ଏହି ମେଗା ପ୍ରତିଯୋଗୀତା ଆଇପିଏଲ୍ ସମୟରେ ପୁରା ୪୫ ଦିନ ଧରି ଜୀ-ସାର୍ଥକରେ ଚାଲିଥିଲା। ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ କଲ ଦେଇଥିଲେ ଓ ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୨୪୦ ଜଣ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ଟଙ୍କାର ଭାଉଚର ମିଳିଥିଲା। ତେବେ ପୁରା ପ୍ରତିଯୋଗୀତାରେ ସର୍ବାଧିକ ସଠିକ ଉତ୍ତର ଦେଇଥବା ଜଣେ ମେଗା ବିଜେତାଙ୍କୁ ୧ଲକ୍ଷ ଟଙ୍କା ନଗଦ ଧନରାଶି ମିଳିବ ବୋଲି ମୂଳରୁ କୁହାଯାଇଥିଲା ଯାହାର ବିଜେତା ହୋଇଛନ୍ତି କାବେରୀ ନାୟକ। ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ଲାଲଚାନ୍ଦର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସଞ୍ଜୟ ହଂସ ମେଗା ବିଜେତାଙ୍କୁ ୧ଲକ୍ଷ ଟଙ୍କାର ଧନରାଶି ପ୍ରଦାନ କରିଥିଲେ। ବହୁ ସଂଖ୍ୟାରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବାରୁ ଜୀ-ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories