www.samajalive.in
Sunday, December 14, 2025
26.1 C
Bhubaneswar

ନବବିବାହିତାଙ୍କ ଆତ୍ମହତ୍ୟା ଅଭିଯୋଗ, ୪୮ଘଣ୍ଟା ପରେ ମାମଲା ରୁଜୁ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ମଦନମୋହନପୁର ମାଟିଆ ସାହିରେ ଜଣେ ନବବିବାହିତ ମହିଳା ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ମୃତ ମହିଳା ଜଣଙ୍କ ହେଲେ କେ. ଭୁବନେଶ୍ଵରୀ। ମଦନ ମୋହନପୁର ଗ୍ରାମର ଜି.ଜଗନ୍ନାଥ ରାଓ ଗୁଣ୍ଟରୁ ଜିଲ୍ଲା ଅପ୍ପରପାଲ୍ଲମ୍ ଗ୍ରାମରେ ୭ମାସ ତଳେ ଭୁବନେଶ୍ୱରୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରଠାରୁ ଉଭୟ ଦମ୍ପତି ହସଖୁସିରେ ରହି ଆସୁଥିଲେ ବୋଲି ସ୍ଥାନୀୟ ଲୋକଙ୍କ ମତ ପ୍ରକାଶ ପାଇଛି। ସୋମବାର ମଧ୍ୟରାତ୍ର ବେଳେ କୌଣସି ବ୍ୟକ୍ତିଗତ ସମସ୍ୟାକୁ ନେଇ ମାନସିକ ଭାରସାମ୍ୟ ହରାଇ ଭୁବନେଶ୍ୱରୀ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିବା ସହ କାଳେ ଭୁବନେଶ୍ଵରୀ ବଞ୍ଚି ଥିବା ଭାବି ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଜଗନ୍ନାଥଙ୍କ ପରିବାର ପକ୍ଷରୁ ଭୁବନେଶ୍ୱରୀଙ୍କ ପରିବାରକୁ ଖବର ଦିଆଯାଇଥିଲେ ମଧ୍ୟ ଘଟଣା ନେଇ ପୁଲିସକୁ ଖବର ଦିଆଯାଇନଥିଲା।

ମଙ୍ଗଳବାର ରାତିରେ ଭୁବନେଶ୍ୱରୀଙ୍କ ପରିବାର ବର୍ଗ ଗାଁରେ ପହଞ୍ଚିବା ପରେ ଝିଅର ଶବକୁ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ। ଖବର ପାଇ ଗୋଳନ୍ଥରା ପୁଲିସ ରାତି ୧୨ଟାରେ ବ୍ରହ୍ମପୁର ବଡ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ଆଜି ବ୍ୟବଛେଦ ପାଇଁ ସ୍ଥିର କରିଥିଲେ ମଧ୍ୟ ଘଟଣା ନେଇ ପରିବାର ବର୍ଗଙ୍କ ପକ୍ଷରୁ ଆଜି ସନ୍ଧ୍ୟାରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଗୁରୁବାର ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ବୋଲି ଜଣାପଡିଛି। ଅନ୍ୟ ପଟେ ଘଟଣାରେ ଦୁଇଦିନ ପର୍ଯ୍ୟନ୍ତ ପୁଲିସକୁ ଖବର ନଦେବା ଘଟଣା ଭୁବନେଶ୍ୱରୀର ମୃତ୍ୟୁ ନେଇ ସନ୍ଦେହ ସୃଷ୍ଟି କରିଛି। ଆତ୍ମହତ୍ୟା ଘଟଣା ନେଇ ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାମଣା ହୋଇ ଯାଇଥିବା ନେଇ ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories