www.samajalive.in
Saturday, December 13, 2025
21.1 C
Bhubaneswar

ଚମ୍ପା ଘାଟୀରେ ପିକ ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ – ୧୫ ଗୁରୁତର

ଚାନ୍ଦିପୁଟ- ଗଜପତି ଆର ଉଦୟଗିରି ଥାନା ଅନ୍ତର୍ଗତ ଚମ୍ପା ଘାଟୀରେ ଏକ ଅପ୍ ଭ୍ୟାନ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ୧୫ ଜଣ ବ୍ୟ ଆହତ ହୋଇ ଆର ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିବା ବେଳେ ୭ଜଣ ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୁଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ବୁରିପଦର ଗ୍ରାମର ଶ୍ରମିକମାନେ ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଲୁବୁରୁସିଂ ଗ୍ରାମକୁ ଏକ ଘର ର ଛାତ ପକାଇବା ଯାଇଥିଲେ । ସେମାନ ନିଜ କାମ ସାରି ପିକ୍ଅପ୍ ଗାଡ଼ି ଯୋଗେ ନିଜ ଗାଁ କୁ ଫେରୁଥିବା ବେଳେ ସଂଧ୍ୟା ପ୍ରାୟ ସାଢେ଼ ସାତଟାରେ ଚମ୍ପାଘାଟିରେ ଭାରସାମ୍ୟ ହରାଇ ଗାଡିଟି ଓଲୋଟି ପଡିଥିଲା । ଘଟଣା ସ୍ଥଳରୁ ଦୂର୍ଘଟଣା ଘଟାଇଥିବା ଗାଡ଼ିର ଡ୍ରାଇଭର୍ ଫେରାର୍ ଥିବା ଜଣାପଡିଛି । ଗୁରୁତର ଙ୍କ ମଧ୍ୟ ରେ ବିଘ୍ନ ଗଉଡ (ଏନ ଲକ୍ଷ୍ମୀନାରାୟଣପୁର) ସୁନାମ ରଇତ, ନିରଞ୍ଜନ ଗଉଡ, ଓ ଅଶୋକ ରଇତ(ସମସ୍ତେ ପୁରୁଣାପାଣି)ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି ।

Hot this week

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

Related Articles

Popular Categories