www.samajalive.in
Saturday, December 13, 2025
26.1 C
Bhubaneswar

ଜିଲାପାଳଙ୍କୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବିପତ୍ର 

ଭବାନୀପାଟଣା: କଳାହାଣ୍ଡି ଜିଲାରେ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ୫ ଦଫା ସମ୍ବଳିତ ସ୍ମାରକ ପତ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ୨୦୧୩ ମସିହାଠାରୁ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନେ ନିଷ୍ଠାର ସହିତ କାର୍ଯ୍ୟ କରିଆସୁଛନ୍ତି। କିନ୍ତୁ ସରକାର ସେମାନଙ୍କ ବିଭିନ୍ନ ଦାବି ପ୍ରତି ଦୃଷ୍ଟିଗୋଚର କରୁନାହାନ୍ତି। ଫଳରେ ଏହି କର୍ମଚାରୀମାନେ ନାହିଁ ନଥିବା ଦୁଃଖ କଷ୍ଟରେ ଦିନ କାଟୁଛନ୍ତି। ମଙ୍ଗଳବାର ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ସଂଘ ସଭାପତି ଶୁଭେନ୍ଦୁ ମେହେର ଓ ଗନେଶ୍ୱର କଟା ଉପସଭାପତିଙ୍କ ନେତୃତ୍ୱରେ କର୍ମଚାରୀମାନେ କଳାହାଣ୍ଡି ଜିଲାପାଳଙ୍କ ଜରିଆରେ ଏକ ୫ ଦଫାର ଦାବିପତ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଏହି ଦାବି ମଧ୍ୟରେ ୧୦୮ ଆମ୍ବୁଲାନ୍ସ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରାଯାଉ ନଚେତ ସ୍ୱତନ୍ତ୍ର ପ୍ୟାକେଜ ୮ ଘଣ୍ଟିଆ ପାରିଶ୍ରମିକ ଅନୁସାରେ ଇଏମଟିଙ୍କୁ ୩୦ ହଜାର, ଚାଳକଙ୍କୁ ୨୫ ହଜାର, ଆଟେଣ୍ଡାନ୍ସ ୨୦ ହଜାର, ବାର୍ଷିକ ଦରମା ବୃଦ୍ଧି, ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ କର୍ମଚାରୀଙ୍କୁ ଲୋକମାନଙ୍କ ଆକ୍ରମଣର ଶିକାର ହେଲେ ସ୍ବତନ୍ତ୍ର ଦଣ୍ଡବିଧାନ ସହ ଦୋଷୀମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, କୌଣସି ୧୦୮ ଆତ୍ମଲାକୁ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ୧୦୮ ଆମ୍ବୁଲାନ୍ସ ସଙ୍ଘ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ କରିବା, ପ୍ରତ୍ୟେକ ୧୦୮ ଆମ୍ବୁଲାନ୍ସ ରହୁଥିବା ସ୍ଥାନରେ କର୍ମଚାରୀମାନଙ୍କ ପାଇଁ ରହିବା ଓ ଶୌଚାଳୟର ବ୍ୟବସ୍ଥା କରାଯିବା ସହିତ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହେଲେ ଅନୁକମ୍ପା ରାଶି ୨୦ ଲକ୍ଷ ଓ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ପ୍ରଦାନ କରାଯିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories