www.samajalive.in
Saturday, December 6, 2025
26.1 C
Bhubaneswar

ସିଂଘି ଗ୍ରନ୍ଥାଗାର ଓ ସଂଗ୍ରହାଳୟକୁ ୫୦୦ ପୁସ୍ତକ ପ୍ରଦାନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭରବଙ୍କନଶ୍ୱର: କଳ୍ପନା ଛକ ନିକଟରେ ଥିବା ସିଂଘି ଗ୍ରନ୍ଥାଗାର ଓ ସଂଗ୍ରହାଳୟକୁ ପ୍ରାୟ ୫୦୦ ପୁସ୍ତକ ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ଅବସରରେ ସେ ଏହାର ନିଜସ୍ୱ ପୁସ୍ତକ “ପ୍ରଜ୍ଞାବାନ ବନୋ’ର ଉନ୍ମୋଚନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୬ ରେ ‘ସିଂଘି ଗ୍ରନ୍ଥାଳୟ’ ସିଂଘି ଚାରିଟେବଲ ଟ୍ରଷ୍ଟର ଚେୟାରମ୍ୟାନ୍ ପ୍ରତାପ ସିଂ ସିଂଘିଙ୍କ ବ୍ୟକ୍ତିଗତ ଉଦ୍ୟମରେ ‘ସିଂଘି ଗ୍ରନ୍ଥାଳୟ’ ପ୍ରତିଷ୍ଠା କରାଯାଇଛି। ପୂର୍ବତନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ଲୋକାର୍ପଣ କରାଯାଇଥିଲା।

ଏହାପରେ ଭୁବନେଶ୍ୱର ସହରର ଛାତ୍ରଛାତ୍ରୀ ଓ ନାଗରିକଙ୍କ ଶିକ୍ଷାର ପ୍ରସାର ନିମନ୍ତେ ୧୧ ନଭେମ୍ବର ୨୦୧୮ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଏକ ସଂଗ୍ରହାଳୟକୁ ଲୋକାର୍ପଣ କରାଯାଇଥିଲା। ବର୍ତ୍ତମାନ ଏହି ଗ୍ରନ୍ଥାଳୟରେ ଦେଶ ଓ ବିଦେଶର ୩୦୦୦୦ରୁ ଅଧିକ ମୂଲ୍ୟବାନ ପୁସ୍ତକ ରହିଛି। ସେହିପରି ସଂଗ୍ରହାଳୟରେ ୨୧୦ ଦେଶର କଏନ୍, ୧୮୦ ଦେଶର ପେପର ନୋଟ୍, ଷ୍ଟାମ୍ପ୍, ବିଭିନ୍ନ ଦେଶର ଦିଆସିଲି ଖୋଳ, ପୁରାତନ ସଂଗୃହିତ ଦ୍ରବ୍ୟ, ମେଡ଼ାଲ୍, ପଥର ଓ ମୂଲ୍ୟବାନ ଦ୍ରବ୍ୟମାନଙ୍କ ପ୍ରଦର୍ଶନ କରାଯାଇଛି। ଏହାଛଡ଼ା ଭାରତ ଇତିହାସର ବିଭିନ୍ନ ଯୁଗର ଫଟୋ ଚିତ୍ର, ବିଜୁବାବୁଙ୍କ ଜୀବନୀ ଓ ବିଭିନ୍ନ ଧାର୍ମ ସମ୍ବନ୍ଧୀୟ ଚିତ୍ର ସ୍ଥାନ ପାଇଛି।

- Advertisement -

ଏଠାରେ କହି ରଖୁଛୁ ଯେ ସିଂଘି ଚାରିଟେବଲ ଟ୍ରଷ୍ଟର ଚେୟାରମ୍ୟାନ ପ୍ରତାପ ସିଂ ସିଂଘି ପାଠକଙ୍କ ନିମନ୍ତେ ଆବଶ୍ୟକ ପୁସ୍ତକକୁ ଯୋଗାଇଦେବା ନିମନ୍ତେ ପ୍ରତିଶୃତିବଦ୍ଧ ଅଟନ୍ତି। ଏହି ‘ସିଂଘି ଗ୍ରନ୍ଥାଳୟ ଓ ସଂଗ୍ରହାଳୟ’ ପ୍ରତାପ ସିଂ ସିଂଘିଙ୍କର ଗତ ୩୦ ବର୍ଷର ବ୍ୟକ୍ତିଗତ ଉଦ୍ୟମର ପ୍ରତିଫଳନ ଏବଂ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଉପହାର। ଏହାର ସଦୁପଯୋଗ ନିମନ୍ତେ ଭୁବନେଶ୍ୱରର ସମସ୍ତ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସେ ଅନୁରୋଧ କରିଛନ୍ତି। ଏଥିପାଇଁ ସେ ଶୀତତାପ ନିୟନ୍ତ୍ରିତ ହଲରେ ପଢ଼ିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି।

ନିକଟରେ ରାଜ୍ୟପାଳ ସିଂଘି ଗ୍ରନ୍ଥାଳୟର ନିଜସ୍ୱ ପୁସ୍ତକ “ପ୍ରଜ୍ଞାବାନ ବନୋ” ର ଶୁଭ ଉନ୍ମୋଚନ ରାଜଭବନ ଠାରେ କରିବା ସହ ସ୍ୱର୍ଗତ କମଳ ସିଂ ସିଂଘିଙ୍କ ଦ୍ୱାରା ରଚିତ ଉକ୍ତ ପୁସ୍ତକର ଭୂୟସୀ ପ୍ରଶଂସା କରି କହିଥିଲେ ଯେ ଏହି ପୁସ୍ତକ ସମାଜକୁ ନୂତନ ଦିଗ୍ଦର୍ଶନ କରିବାସହ ମହାବୀର ଜୈନଙ୍କ ଉପଦେଶକୁ ପ୍ରସାରିତ କରିବାରେ ସହାୟକ ହେବ। ପ୍ରତାପ ସିଂ ସିଂଘି, ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରମିଳା ସିଂଘି, ହନୁମାନୀ ଦେବୀ, ପ୍ରଗତୀ ଚୋପଡ଼ା ଓ ରାହୁଳ ସିଂଘିଙ୍କୁ ସେମାନଙ୍କ ସହାୟତା ନିମନ୍ତେ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories