www.samajalive.in
Saturday, December 6, 2025
14.1 C
Bhubaneswar

କାରକୁ ଧକ୍କା ଦେଲା ଟ୍ୟାଙ୍କର ; ଗୋଟିଏ ପରିବାରର ୩ ମୃତ

କୋରାପୁଟ : କାରକୁ ଧକ୍କା ଦେଲା ଟ୍ୟାଙ୍କର। ଚାଲିଗଲା ୩ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ବାପା,ମାଆ ଓ ଶିଶୁ କନ୍ୟା ରହିଛନ୍ତି। ଏମାନେ ଜୟପୁରର ବାସିନ୍ଦା ଅଟନ୍ତି । ପଟ୍ଟାଙ୍ଗୀ ଥାନା ପୁଙ୍ଗାର ଗାଁ ନିକଟ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାରରେ ଜୟପୁରରୁ ବିଶାଖାପାଟଣା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଯୋଗ୍ୟ, ଗଞ୍ଜାମ ଠାରୁ ଏସିଡ ବୋଝେଇ ଟ୍ରକ ଆସୁ ଥିବା ବେଳେ ଅପର ପାଶ୍ୱର୍ରେ ଜଯପୁର ଠାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏହି କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ହେବା ପରେ ଘଟଣା ସ୍ଥଳରେ ହିଁ ମାଆ ,ବାପା ଓ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ୨୬ ନଂ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଭାରିଯାନ ଚଳାଚଳ ବନ୍ଦ ରହିଥିବା ବେଳେ ଛୋଟ ଗାଡ଼ି ଗୁଡ଼ିକ ଯାତାୟତ କରୁଛି। ଖବର ପାଇ ପୁଲିସ ପହଞ୍ଚି ସ୍ଥିତି ଅନୁସନ୍ଧାନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories