www.samajalive.in
Saturday, December 13, 2025
26.1 C
Bhubaneswar

ଅତାବିରାରେ ୫ ଟି ସଚିବ: ଧର୍ମପୀଠ, ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷିକୁ ମୁଖ୍ୟମନ୍ତ୍ରୀ ଦେଉଛନ୍ତି ଗୁରୁତ୍ବ-୫ଟି ସଚିବ

ରେଙ୍ଗାଲିକ୍ୟାମ୍ପ: ମନ୍ଦିର, ଚର୍ଚ୍ଚ ଓ ମସଜିଦ ସହ ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଆଦିକୁ ମୁଖ୍ୟ ମନ୍ତ୍ରୀ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି ଆଜି ୫-ଟି ସଚିବ ପ୍ରକାଶ କରିଛନ୍ତି। ଆଜି ଅତାବିରା ଗସ୍ତରେ ଆସି ୫-ଟି ସଚିବ ଭି.କେ ପାଣ୍ଡିଆନ, ଅତାବିରା ଆନ୍ଧ୍ର କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ସମାଜର ବିଭିନ୍ନ ବର୍ଗର ଜନ ସାଧାରଣଙ୍କ ଦାବିପତ୍ରକୁ ଗ୍ରହଣ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେଉଁ ଦାବିଗୁଡ଼ିକ ଚାଷୀ ସମସ୍ୟା, ଧର୍ମ ପୀଠ ଓ କମ୍ୟୁନିଟି ସେଣ୍ଟର ସମ୍ପର୍କିତ, ସେ ସମସ୍ୟାଗୁଡ଼ିକ ଆଗ ବିଚାରକୁ ନିଆଯିବ।

ଜନ ସାଧାରଣଙ୍କୁ ଉଦବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ବିକାଶ ପାଇଁ ଆପଣଙ୍କ ଅଞ୍ଚଳକୁ ଯେଉଁ ସବୁ ଅନୁଦାନ ରାଶି ଆସୁଛି ତା’ର ସଠିକ୍ ବିନିଯୋଗ କରନ୍ତୁ। ଏହି ପାଣ୍ଠି ଆପଣମାନଙ୍କର, ଏହି ଟଙ୍କା ଆମ ଓଡ଼ିଶାର। ତେଣୁ ସ୍ବଚ୍ଛତା ବଜାୟ ରଖି ଏହାର ସଦୁପଯୋଗ କରନ୍ତୁ। ଉନ୍ନତମାନର ଜିନିଷ ପତ୍ର, ଯନ୍ତ୍ରପାତି ଆଦିର ଉପଯୋଗ କରି ପ୍ରକଳ୍ପଗୁଡ଼ିକ ସଠିକ୍ ଭାବରେ ସମ୍ପୂର୍ଣ୍ଣ କରନ୍ତୁ। କାମ ସମ୍ପର୍ଣ୍ଣ ହୋଇ ତା’ର ତଦାରଖ ପରେ ଯଦି ଅନୁଦାନ ରାଶି ଠାରୁ ଅଧିକ ଖର୍ଚ୍ଚ ହୋଇଥାଏ, ତେବେ ଅଧିକ ବିନିଯୋଗ କରାଯାଇଥିବା ରାଶି ପୁଣି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ନିର୍ଦ୍ଦେଶରେ ଆପଣଙ୍କର ଅଞ୍ଚଳର ସୁବିଧା ଅସୁବିଧା ବୁଝିବା ପାଇଁ ମୁଁ ଆପଣମାନଙ୍କ ଗହଣରେ ଆଜି ପହଞ୍ଚିଛି। ସେ ୫-ଟି ବିଦ୍ୟାଳୟ ଉପରେ ଜନସାଧାରଣଙ୍କ ମତାମତ ପଚାରି ବୁଝିଥିଲେ। ଉତ୍ତରରେ ଜନସାଧାରଣ କହିଥିଲେ କି ୫-ଟି ହେବା ପରେ ସରକାରୀ ବିଦ୍ୟାଳୟ ଗୁଡିକରେ ପିଲାମାନେ ପୂର୍ବ ଅପେକ୍ଷା ଅଧିକ ସୁବିଧା ସୁଯୋଗ ପାଇବା ସହ ଏହି ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

- Advertisement -

ଆଜି ୫-ଟି ସଚିବ ଅତାବିରା ନୋଡାଲ ବିଦ୍ୟାଳୟ ସ୍ଥିତ ପଡିଆରେ ପହଞ୍ଚିବା ପରେ ଜିଲାପାଳ ମନିଷା ବାନାର୍ଜୀ ଓ ଜିଲା ଆରକ୍ଷୀ ଅଧିକ୍ଷକ ପୁଷ୍ପ ଗୁଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ସେଠାରୁ ସିଧାସଳଖ ସରଣ୍ଡା ୫-ଟି ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସାଧାରଣ ଜନତାଙ୍କୁ ଭେଟି ୫-ଟି ବିଦ୍ୟାଳୟ ଉପରେ ଛାତ୍ର ଛାତ୍ରୀଙ୍କ ମତାମତ କ’ଣ ରହିଛି ତାହା ପଚାରି ବୁଝିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମ୍ୟ କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ଉପରେ ଦାବୀ ପତ୍ର ଦେଇଥିଲେ। ଏହାପରେ ଜାତୀୟ ରାଜପଥ କଡ଼ରେ ଥିବା ଅଷ୍ଠଶମ୍ଭୁ ବାବା ବିଶ୍ବଶ୍ବେରଙ୍କ ପୀଠରେ ପହଞ୍ଚି ବିଶ୍ୱେଶ୍ୱର ବାବାଙ୍କୁ ଦର୍ଶନ କରିଥିଲେ। ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟ ଉପରେ ମନ୍ଦିର କମିଟି ସହ ଆଲୋଚନା କରିଥିଲେ। କମିଟି ପକ୍ଷରୁ ମନ୍ଦିର ର ବିକାଶ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହା ପରେ ସେ ଦୁର୍ଗା ମନ୍ଦିରକୁ ଆସି ମା’ ଦୁର୍ଗାଙ୍କୁ ଦର୍ଶନ କରିଥିଲେ ।ସେଠାରେ ମଧ୍ୟ ମନ୍ଦିର କମିଟି ପକ୍ଷରୁ ମନ୍ଦିରର ବିଭିନ୍ନ ସମସ୍ୟା ଉପରେ ଏକ ଦାବି ପାତ୍ର ପ୍ରଦାନ କରିଥିଲେ।

ଦାବି ପତ୍ର ଗ୍ରହଣ ପରେ ସିଧା ସଳଖ ଆସିଥିଲେ ଲାଦେରପାଲି ସ୍ଥିତ ରାମଚଣ୍ଡୀ ମନ୍ଦିରକୁ । ସେଠାରେ ସଚିବଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ, ବରିଷ୍ଠ ନାଗରିକ ସଂଘ, ମିଶନ ଶକ୍ତି ସଦସ୍ୟଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ବିଜୁ ସ୍ବାସ୍ଥ୍ୟ କାର୍ଡ ଉପରେ ଆଲୋଚନା କରିଥିଲେ। ମହିଳାମାନଙ୍କୁ ଋଣ ପ୍ରଦାନ କରାଯାଉଥିବାରୁ ଏହାର ଫାଇଦା ଉଠାଇବାକୁ ସେ ପରାମର୍ଶ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories