www.samajalive.in
Saturday, December 6, 2025
14.1 C
Bhubaneswar

ସଖୀ ୱାନ ଷ୍ଟପ ସେଣ୍ଟର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : ଆନ୍ତର୍ଜାତୀୟ ନିଶାନିବାରଣ ଦିବସ ଅବସରରେ ସଖୀ ୱାନ ଷ୍ଟପ ସେଣ୍ଟର କନ୍ଧମାଳ ଏବଂ ଫୁଲବାଣୀ ଏଏନଏମ ତାଲିମ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏଏନଏମ ତାଲିମ ଅନୁଷ୍ଠାନର ଛାତ୍ରୀଙ୍କୁ ନେଇ ନିଶା ନିବାରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ କରାଯାଇଥିଲା। ଏଏନଏମ ସେଣ୍ଟରର ଛାତ୍ରୀଙ୍କୁ ନେଇ ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ ସେଣ୍ଟରର ଅପର୍ଣ୍ଣା ବେହେରା, ନନ୍ଦିତା କୁମାରୀ, ସ୍ୱାଗତିକା ପାଣିଗ୍ରାହୀ, ପ୍ରଜ୍ଞା ପ୍ରାରମ୍ଭିକା ଏବଂ ଏଏନଏମ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷା ସ୍ନେହାଞ୍ଜଳୀ ପ୍ରମୁଖ ଯୋଗ ଦେଇ ନିଶା ନିବାରଣ ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories