www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କ: ୪୦ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ (ଆଇଏମଡି) ବିଶ୍ୱ ପ୍ରତିଯୋଗିତା ମାନ୍ୟତା ଅନ୍ତର୍ଗତ ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କ ପ୍ରକାଶ କରିଛି । ଏହାର ସାମଗ୍ରିକ ର଼୍ୟାଙ୍କିଙ୍ଗରେ ସିଙ୍ଗାପୁର ତୃତୀୟ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଖସି ୪୦ତମ ସ୍ଥାନରେ ରହିଛି। ଗତ ବର୍ଷ ଏହି ତାଲିକାରେ ଭାରତର ମୋଟ ମାନ୍ୟତା ୩୭ ଥିଲା । ଆଇଏମଡି ରିପୋର୍ଟ ଅନୁଯାୟୀ, ସରକାରଙ୍କ ଦକ୍ଷତା ଦୃଷ୍ଟିରୁ ଭାରତର ସ୍ଥିତି ଉନ୍ନତ ହୋଇଛି। ତେବେ ବ୍ୟବସାୟିକ ଦକ୍ଷତା, ଭିତ୍ତିଭୂମି ବିକାଶ, ଅର୍ଥନୈତିକ ପ୍ରଗତି ଦୃଷ୍ଟିରୁ ଭାରତର ମାନ୍ୟତା ହ୍ରାସ ପାଇଛି। ଗତ ବର୍ଷ ଅର୍ଥନୈତିକ ପ୍ରଗତିରେ ଭାରତ ୨୮ ନମ୍ବରରେ ଥିଲା ଏବଂ ଏଥର ଏହାର ମାନ୍ୟତା ୩୩ ଅଟେ । ଆଇଏମଡିର ବିଶ୍ୱ ପ୍ରତିଯୋଗିତା କେନ୍ଦ୍ର (ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କ) ସିଙ୍ଗାପୁରକୁ ବିଶ୍ୱର ୬୪ ଅର୍ଥନୀତି ମଧ୍ୟରୁ ଚତୁର୍ଥ ସ୍ଥାନରେ ରଖିଛି। ୨୦୨୨ ମସିହାରେ ସିଙ୍ଗାପୁର ତୃତୀୟ ସ୍ଥାନରେ ଥିଲା । ତେବେ ଚଳିତ ବର୍ଷର ର଼୍ୟାଙ୍କିଙ୍ଗରେ ପ୍ରଥମ ତିନୋଟି ସ୍ଥାନରେ ଡେନମାର୍କ, ଆୟର୍ଲାଣ୍ଡ ଏବଂ ସ୍ବିଜରଲାଣ୍ଡ ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories