ଦିଗପହଣ୍ଡି ବସ୍‌ ଦୁର୍ଘଟଣା : ୧୧ ଜଣ ମୃତକ ପୂର୍ବତନ ସାଂସଦଙ୍କ ସମ୍ପର୍କୀୟ

ଦିଗପହଣ୍ଡି : କିଏ ଜାଣିଥିଲା ବସ୍‌ ଧକ୍କାରେ ଆଖି ପିଛୁଳାକେ ଉଜୁଡ଼ିଯିବ ସଂସାର । ଝିଅ ବିଦା ହେବା ପରେ ହସଖୁସିରେ ଘରକୁ ଫେରୁଥିବାବେଳେ ସବୁ ଖୁସି ଛଡ଼ାଇ ନେବେ ଈଶ୍ବର। ଗଞ୍ଜାମ ଜିଲା ଦିଗପହଣ୍ଡି ଦୁର୍ଘଟଣାରେ ଅକାଳରେ ଚାଲିଗଲା ୧୨ ଜୀବନ । ସବୁଠାରୁ ଦୁଃଖର କଥା ହେଉଛି ୧୨ ମୃତକଙ୍କ ମଧ୍ୟରୁ ୧୧ ଜଣ ହେଉଛନ୍ତି ବ୍ରହ୍ମପୁରର ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ । ଏନେଇ ରେଣୁବାଳା ପ୍ରଧାନ କହିଛନ୍ତି, ମୃତକଙ୍କ ମଧ୍ୟରେ ମୋ’ ଦିଅର, ଝିଆରୀ, ଜ୍ୱାଇଁ, ନଣନ୍ଦେଇ ସବୁ ଅଛନ୍ତି। ବହୁତ ହସଖୁସିରେ ଝିଅ ବିଦା କରିଥିଲୁ। କିନ୍ତୁ ସବୁ କିଛି ଓଲଟ ପାଲଟ ହୋଇଗଲା।  ରାତି ଅଧରେ ଯମ ଜଗି ବସିଥିଲା, ଆଖି ପିଛୁଳାଏ ଜୀବନ ନେଇଗଲା।

Comments are closed.