www.samajalive.in
Saturday, December 6, 2025
23.1 C
Bhubaneswar

ବାଘ ଆକ୍ରମଣରେ ୫ଟି ଛେଳି ମୃତ,ଲୋକେ ଆତଙ୍କିତ

ଲାଞ୍ଜିଗଡ଼ :କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଲାଞ୍ଜିଗଡରୋଡ଼ ଠାରେ ବାଘ ଆକ୍ରମଣରେ ୫ଟି ଛେଳିର ମୃତ୍ୟୁ ଘଟିଛି। ବନ ବିଭାଗ ପକ୍ଷରୁ ବାଘ ଛେଳିକୁ ମାରିଥିବା ପ୍ରକାଶ କରିଥିବା ବେଳେ ଛୋଟ କି ବଡ ବାଘ ଛେଳିକୁ ମାରିଛି ତାହା ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁସାରେ ଲାଞ୍ଜିଗଡରୋଡ଼ର ଅମ୍ବିକା ଭୋଇଙ୍କ କିଛି ଦିନ ହେଲା ଛେଳି ଗୁହାଳ ଭାଙ୍ଗି ଯାଇଥିବାରୁ ଗାଁର ଅନ୍ୟ ଜଣଙ୍କ ଗୁହାଳରେ ଛେଳି ରଖିଥିଲେ। କିନ୍ତୁ ରାତିରେ ବାଘ ଗୁହାଳ ଭିତରେ ପଶି ଛେଳିମାନଙ୍କୁ ଆକ୍ରମଣ କରିଛି। ଯାହା ଫଳରେ ୫ଟି ଛେଳି ମୃତ୍ୟୁ ହୋଇଛି। ୪ଟି ଛେଳିକୁ ମାରି ଗୁହାଳ ବାହାରେ ଫିଙ୍ଗି ଦେଇଥିବା ବେଳେ ଗୋଟିଏ ଛେଳି କିଛି ଦୂରରେ ମରି ପଡିଥିବା ଦେଖିବାକୁ ମିଳିଥିଲା।
ଏନେଇ ବନ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ସିକେରକୁପା ବନ କର୍ମଚାରୀ ପହଁଚି ତଦନ୍ତ କରିଥିଲେ। ବାଘ ଆକ୍ରମଣରେ ଛେଳିମାନଙ୍କ ମୃତ୍ୟୁ ହୋଇଛି ବୋଲି ବନବିଭାଗ ସ୍ପଷ୍ଟ କରିିଥିଲା। ଘଟଣା ସ୍ଥଳରେ ପ୍ରାଣୀ ବିଭାଗ ପକ୍ଷରୁ ଭିଏସ୍ ପହଞ୍ଚି ବ୍ୟବଚ୍ଛେଦ କରିଥିବା ବେଳେ ରାଜସ୍ୱ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଛି। ଜଣେ ଗରିବ ଵୃଦ୍ଧା ମହିଳା ଛେଳି ଚାଷ କରି ନିଜ ପେଟପୋଷଣ କରୁଥିବା ବେଳେ ଵୃଦ୍ଧା ମହିଳାକୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ବିଶ୍ୱନାଥପୁର ରେଞ୍ଜର ନରତ୍ତମ ମାଝୀଙ୍କୁ ପଚାରିବାରୁ ମୁଁ ଘଟଣା ସ୍ଥଳକୁ ଯାଇ ନାହିଁ। ଆମ ବନ ବିଭାଗ କର୍ମଚାରୀ ମାନେ ଯାଇ ତଦନ୍ତ କରିଛନ୍ତି। ବାଘ ଛେଳିକୁ ମାରିଥିବା ସେମାନେ ପ୍ରକାଶ କରିଛନ୍ତି। କିନ୍ତୁ ଛୋଟ କି ବଡ଼ ବାଘ ଛେଳିକୁ ମାରିଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣା ପଡ଼ିବ ବୋଲି ପ୍ରକାଶ କରିଥିଲେ। ଘଟଣାଟି ସେହି ଅଞ୍ଚଳରେ ପ୍ରଥମ ହୋଇ ଥିବାରୁ ବାଘ ଆତଙ୍କ ଯୋଗୁଁ ଅଞ୍ଚଳରେ କୋକୁୁଆଭୟ ଦେଖିବାକୁ ମିଳିଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories