www.samajalive.in
Saturday, December 13, 2025
26.1 C
Bhubaneswar

ସ୍ବତନ୍ତ୍ର ଅଲିମ୍ପିକ୍‌ସ : ଓଡ଼ିଶାକୁ ୮ ପଦକ ; ଅରିଦିତା ଜିତିଲେ ୨ଟି

କଟକ  : ଜର୍ମାନୀର ବର୍ଲିନରେ ଆୟୋଜିତ ସ୍ବତନ୍ତ୍ର ଅଲିମ୍ପିକ୍‌ସ କ୍ରୀଡ଼ାରେ ଓଡ଼ିଶା ପ୍ରତିଯୋଗୀମାନେ ଉତ୍କର୍ଷ ପ୍ରଦର୍ଶନ କରି ମୋଟ ୮ଟି ପଦକ ହାସଲ କରିଛନ୍ତି। ୨୦୧୯ରେ ୟୁଏଇରେ ଆୟୋଜିତ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ୪ଟି ପଦକ ଜିତିଥିଲେ। ଯାହାକୁ ବର୍ଲିନରେ ଟପିବାରେ ସଫଳ ହୋଇଛନ୍ତି। ରବିବାର ୪୦୦ ମିଟର ମହିଳା ଦୌଡ଼ରେ ଭୁବନେଶ୍ବର ଓଏଲ୍‌ଏସ୍‌ର ଅରିଦିତା ଚକ୍ରବର୍ତ୍ତୀ ୧: ୨୪.୦୫ ସେକେଣ୍ଡରେ ଅତିକ୍ରମ କରି ରୌପ୍ୟ ପଦକ ଜିତିଛନ୍ତି। ପୂର୍ବରୁ ଅରିଦିତା ସଟ୍‌ପୁଟରେ କାଂସ୍ୟ ପଦକ ଜିିତିଥିଲେ। ପୁରୁଷ ସଟ୍‌ପୁଟରେ ବଲାଙ୍ଗୀରର ବୈଷ୍ଣବ ରାଜପାଲିଆ ୮. ୪୪ ମିଟର ପକାଇ ରୌପ୍ୟ, କଟକ ଜିଲା ଆଠଗଠର କଳ୍ପନା ଜେନା ସାଇକଲ ଚାଳନାରେ ରୌପ୍ୟ, ଭଲିବଲରେ ନିମାପଡାର ଜ୍ୟୋତିରଞ୍ଜନ ଓଝା କାଂସ୍ୟ, ମହିଳା ବିଚ୍‌ ଭଲିବଲରେ କିଟ୍‌ର ଛାତ୍ରୀ ମାମାଲି ନାଗ୍‌ ଓ ଶିବାନୀ ପ୍ରିୟଦର୍ଶନୀ କାଂସ୍ୟ, ପଦକ ହାସଲ କରିଛନ୍ତି। ଭାରତୀୟ ମହିଳା ବାସ୍କେଟବଲ ଦଳ ରୌପ୍ୟ ପଦକ ହାସଲ କରିଛି । ‘ସହାୟ’ କଟକର ସସ୍ମିତା ରାଉତରାୟ ଭାରତୀୟ ଦଳର ପ୍ରଶିକ୍ଷିକା ଥିଲେ। ସେହିପରି ଫୁଟ୍‌ସାଲରେ ଭାରତୀୟ ଦଳ ୪ର୍ଥ ସ୍ଥାନ ହାସଲ କରିଛି। ଭାରତ ପକ୍ଷରୁ ବରପାଲିର ସଚିନ ବାରିକ ପ୍ରତିନିଧିତ୍ବ କରିଥିଲେ।ଏଏସ୍‌ଆରଏ ବଲାଙ୍ଗୀରର ଜସକେତନ ସାହୁ ପ୍ରଶିକ୍ଷକ ରହିଥିଲେ।ଏହି ସଫଳତା ଲାଗି ସ୍ବତନ୍ତ୍ର ଅଲିମ୍ପିକ୍‌ସ ଭାରତ ଓଡ଼ିଶାର ସଭାପତି କସ୍ତୁରୀ ମହାପାତ୍ର, ପ୍ରଶିକ୍ଷକ ଅର୍ପିତା ମହାପାତ୍ର, ସ୍ବତନ୍ତ୍ର ଅଲିମ୍ପିକ୍‌ସ ଭାରତ ଓଡ଼ିଶାର ଆଞ୍ଚଳିକ ନିର୍ଦେଶକ ପ୍ରକାଶ ରଥ ପ୍ରମୁଖ ପଦକ ବିଜେତା ଖେଳାଳି ଓ ପ୍ରଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories