www.samajalive.in
Tuesday, December 9, 2025
16.1 C
Bhubaneswar

ବିଷାକ୍ତ ହେଲା ରାତ୍ର ଭୋଜନ ; ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର

ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି-ସେରଗଡ଼ ରାସ୍ତାର ଗଡ଼ିଆମାଳଠାରେ ଥିବା ସ୍ନୋ-ୱାର୍ଲ୍ଡ ମେରାଇନ ଏକ୍ସପୋର୍ଟ କାରଖାନାରେ ରାତ୍ର ଭୋଜନ ଖାଇ ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ୧୪ଜଣଙ୍କୁ ରବିବାର ରାତି ୧୧ଟାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସ୍ନୋ-ୱାର୍ଲ୍ଡ କାରଖାନାରେ ଶତାଧିକ ଶ୍ରମିକ ଚିଙ୍ଗୁଡ଼ି ପ୍ୟାକେଟ କରିଥାନ୍ତି । କାରଖାନା ପରିସରରେ ଥିବା ଭୋଜନାଳୟରେ ଶ୍ରମିକମାନଙ୍କୁ ରାତ୍ର ଭୋଜନରେ ଭାତ, ଡାଲି ଓ ଆଳୁ ଭର୍ତ୍ତା ଖାଇବାକୁ ଦିଆଯାଇଥିଲା । ତେବେ କୌଣସି କାରଣରୁ ଏହି ଖାଦ୍ୟ ବିଷାକ୍ତ ହେବାରୁ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଛି । ନିଶ୍ୱାସ ନେବାରେ ଶ୍ରମିକମାନେ କଷ୍ଟ ଅନୁଭବ କରିବା ସହ ସେମାନେ ବାନ୍ତି କରୁଥିବା ଦେଖିବାକୁ ମିଳିଛି । ବାରିପଦା ଅଞ୍ଚଳର ରଶ୍ମିତା ନାୟକ, ବରହମପୁର ଥାନା ଗୋହିରା ନିକଟ ଅନନ୍ତାଡ଼ାହିର ସୁକାନ୍ତି ମାଝୀ, ନୀଳଗିରି ଥାନା ଅଧୀନ ଗୋଡ଼ିଶୋଳ ଗାଁର ପୂର୍ଣ୍ଣିମା ସିଂ, ସେରଗଡ଼ ଅଞ୍ଚଳର ଚନ୍ଦନ ପତି, ପ୍ରକାଶ ପରିଡ଼ା, ନୟାଗଡ଼ର ପ୍ରଫୁଲ ବାରିକ, ଗୋପାଳପୁର ଶାଳଗାଁର ପ୍ରମୋଦ ସେଠୀ, ନୀଳଗିରିର ପ୍ରେମକୁମାର ବିଶ୍ୱାଳ, ବୌଦ୍ଧ ଜିଲା ପୁରୁଣାଘାଟ ଅଞ୍ଚଳର ପ୍ରତାପ କହଁର, ବଡ଼ସାହିର ବାଲି ସୋରେନ, ଚିତ୍ତରଞ୍ଜନ ମହାପାତ୍ର, ଅନୁଗୁଳର ଦୀପକ ଦେହୁରୀ, ଭଦ୍ରକ ତଳଗୋବିନ୍ଦ ଅଞ୍ଚଳର ଶିବ ସାହୁ, ଆଶିଷ ହେମ୍ବ୍ରମ ପ୍ରମୁଖ ୧୪ଜଣଙ୍କୁ ରାତିରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଏହି ରାତ୍ର ଭୋଜନ କରିଥିବା ସୂଚନା ମିଳିଛି । ୨ଟି ଆମ୍ବୁଲାନ୍ସରେ ସେମାନଙ୍କୁ ଡାକ୍ତରଖାନାକୁ ବୁହା ଚାଲିଛି । ଅପରପକ୍ଷରେ ଉକ୍ତ କାରଖାନାରୁ କ୍ଲୋରିନ ଗ୍ୟାସ ଲିକ୍‍ ହେବାରୁ ଏଭଳି ଅଘଟଣ ହୋଇଛି ବୋଲି କେତେକ ଲୋକେ ଅଭିଯୋଗ ଆଣିଛନ୍ତି । ଜିଲା ପ୍ରଶାସନ ଏହି ଘଟଣାରେ ତଦନ୍ତ କରି ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories