www.samajalive.in
Sunday, December 14, 2025
14.1 C
Bhubaneswar

ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ହୃଷୀକେଶ ନାଏକ

ପାଟଣା: କେନ୍ଦୁଝର ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ତଥା ପାଟଣା ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ହୃଷୀକେଶ ନାଏକ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ସେ ୨୦୦୯ ଏବଂ ୨୦୧୪ରେ ବିଜୁ ଜନତା ଦଳ ଟିକେଟରେ ବିଧାନସଭାକୁ ଯିବା ସହ ଶେଷ ପର୍ଯ୍ୟାୟରେ ଜିଲ୍ଲା ଯୋଜନ ବୋର୍ଡ ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ଉଭୟ କଂଗ୍ରେସ ଓ ଅଣ କଂଗ୍ରେସ ଟିକେଟରେ ସେ ପାଟଣା ଆସନରୁ ସେ ସର୍ବାଧିକ ୫ ଥର ବିଧାୟକ ହୋଇଥିବା ବେଳେ ୨୦୦୪ରେ ଥରକ ପାଇଁ ସେ ସ୍ଵାଧୀନ ପ୍ରାର୍ଥୀ ହୋଇ ୨୦ ହଜାରରୁ ଅଧିକ ଭୋଟ ପାଇଥିଲେ ମଧ୍ୟ ପରାଜିତ ହୋଇଥିଲେ।

ଶେଷଥର ପାଇଁ ୨୦୧୯ରେ ଲୋକସଭା ଟିକେଟ ଲବିରେ ଥିବାବେଳେ ବିଜୁ ଜନତା ଦଳ ତାଙ୍କୁ ହତାଶ କରିଥିଲା। ରାଜ୍ୟସଭାକୁ ଯିବା ଆଶା ରଖିଥିବା ଶ୍ରୀ ନାଏକ ବିଜୁ ଜନତା ଦଳରେ ଆଉ ତାଙ୍କର ଭବିଷ୍ୟତ ନଥିବା ଦେଖି ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ପତ୍ର ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଗତ ୧୫ ତାରିଖରେ ରେଜିଷ୍ଟ୍ରି ଡାକରେ ସେ ପଠାଇଥିବା ସୂଚନା ଦେଇଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories