କଣ୍ଟାବାଞ୍ଜି: ଉତ୍କଳମଣି ଗୋପବନ୍ଧୁଙ୍କ ୯୫ ତମ ଶ୍ରାଦ୍ଧବାର୍ଷିକୀ ଅବସରେ ଗତ ୧୮ ଜୁନରୁ ସପ୍ତାହେ ବ୍ୟାପି ସାରା ରାଜ୍ୟରେ ଲୋକସେବକ ମଣ୍ଡଳ, ଦୈନିକ ଖବର କାଗଜ ସମାଜ ସେବା ଓ ସେବକ ସପ୍ତାହ ପାଳନ ଅବସରେ କଣ୍ଟାବାଞ୍ଜି ଯୋଗ ସମିତି ଏବଂ ସମାଜ ପାଠକ ମଞ୍ଚ ତରଫରୁ ସ୍ଥାନୀୟ ଡାକ୍ତର ଖାନାରେ ପ୍ରାୟ ୬୦ରୁ ଉର୍ଦ୍ଧ ରୋଗୀଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରାଯାଇଥିଲା। ଏହି ଅବସରେ ସମାଜ ପ୍ରତିନିଧି ଜୀବନାନନ୍ଦ ମହାନ୍ତିଙ୍କ ତତ୍ୱାବଧାନରେ କଣ୍ଟାବାଞ୍ଜି ଯୋଗ ସମିତି ତରଫରୁ ନରୋତମ ପଣ୍ଡା, ଗୋବିନ୍ଦ ଭୁଏ, କାଁହୁ ଚରଣ ବହିଦାର, ଅରୁଣ ଜୈନ, ଦୁଃଖିଶ୍ୟାମ ରାୟ ଏବଂ ସମାଜ ପାଠକ ମଞ୍ଚ ତରଫରୁ ଶିକ୍ଷାବିତ ଗୁଣନିଧି ରାଉତରାୟ, ଶିକ୍ଷାବିତ ଭଗବାନ ପ୍ରଧାନ, ମହିଳା ଡିଗ୍ରୀ କଲେଜ ଅଧକ୍ଷ ରାଜେନ୍ଦ୍ର ପୁରୋହିତ, ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ବେହେରା, ଭୁବନାନନ୍ଦ ମହାନ୍ତି ସହଯୋଗ କରିଥିଲେ।
Popular Categories



