ବାମନ ପର୍ଶୁରାମ ବେଶରେ ଦର୍ଶନ ଦେଲେ ଠାକୁର

ବୌଦ୍ଧ : ବୌଦ୍ଧ ରଥଯାତ୍ରା ଗଣପର୍ବ ଭାବେ ପାଳନ ହୋଇଆସୁଥିବା ବେଳେ ଚତୁର୍ଦ୍ଧାମୁର୍ତ୍ତି ଏବେ ଗୁଣ୍ଡିଚା ମନ୍ଦିରରେ ପୁଜା ପାଉଛନ୍ତି। ଠାକୁରମାନେ ଏବେ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ଶନିବାର ଦିନ ବାମନ ଓ ପର୍ଶୁରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଠାକୁରଙ୍କ ଭୋଗ ଲାଗି ହେବା ପରେ ବେଶକାରୀମାନେ ଠାକୁରଙ୍କ ବେଶ କରାଇଥିଲେ। ଦିନ ସାରା ଭକ୍ତଙ୍କ ଗହଳି ଚହଳି ଲାଗିରହିଥିବା ବେଳେ ସନ୍ଧ୍ୟାରେ ପ୍ରଭୁଙ୍କ ବେଶ ଦେଖିବାକୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଏପେଟ ପରେଡ ପଡିଆରେ ମୀନାବଜାର ପଡିଥିବାରୁ ବର୍ଷା ଯୋଗୁଁ ଲୋକେ ମଜା ନେଇପାରିନଥିଲେ।

kalyan agarbati

Comments are closed.