www.samajalive.in
Sunday, December 14, 2025
14.1 C
Bhubaneswar

ସଙ୍ଗଠନ ଓ ସଚେତନତା ମାଧ୍ୟମରେ ସାମାଜିକ ବିକାଶ ସମ୍ଭବ : ରାଜକୁମାର

କେନ୍ଦୁଝରଗଡ଼ : ଲୋକସେବକମଣ୍ଡଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାର ଗୁରୁବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ଲୋକସେବକମଣ୍ଡଳ ପକ୍ଷରୁ ବାଂଶପାଳ ବ୍ଲକର ରିମୁଳିଘାଟି ଓ ତଳଚମ୍ପେଇ ଗ୍ରାମରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ରିମୁଳିଘାଟି ଓ ତଳଚମ୍ପେଇ ଗ୍ରାମର ଶିଶୁ ଓ ମହିଳାଙ୍କ ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ। ରିମୁଳିଘାଟି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ରାଜକୁମାର ସ୍ଥାନୀୟ ଅଧିବାସୀ ଓ ଛାତ୍ରଛାତ୍ରୀଙ୍କୁ ଉଦ୍‌‌ବୋଧନ ଦେଇଥିଲେ। ସଙ୍ଗଠନ ଓ ସଚେତନତା ମାଧ୍ୟମରେ ଆଦିମ ଜନଜାତିଙ୍କର ସାମାଜିକ ବିକାଶ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।
ସ୍ୱେଛାସେବୀମାନେ ନିଷ୍ଠାର ସହିତ ସାଙ୍ଗଠନିକ କାର୍ଯ୍ୟକୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କରେ ଅବଗତ କରିବା ସହ କିଭଳି ରୋଜଗାରକ୍ଷମ କରାଯାଇ ପାରିବ ସେ ନେଇ ସଚେତନତା ସୃଷ୍ଟି କରାଯାଇ ପାରିଲେ ବିକାଶ ଦ୍ରୁତତର ହୋଇପାରିବ ବୋଲି ସେ କହିଥିଲେ। ଶିକ୍ଷା ହେଉଛି ସମସ୍ତ ବିକାଶର ମୂଳ ଆଧାର। ସେଥିପାଇଁ ସର୍ବପ୍ରଥମେ ନିଜ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରିବା ଆବଶ୍ୟକ। ସେମାନଙ୍କୁ କିଭଳି କୁପୋଷଣରୁ ମୁକ୍ତ କରାଯାଇ ଉନ୍ନତମାନର ଖାଦ୍ୟ ଯୋଗାଣ ସହ ଶିକ୍ଷା ମିଳିପାରିବ ସେଥିପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ସେ ଦେଇଥିଲେ। ସ୍ଥାନୀୟ ଜନୈକ ଛାତ୍ରର ଉଚ୍ଚଶିକ୍ଷା ପାଇଁ ଶ୍ରୀ ରାଜକୁମାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହି ଅବସରରେ ଶ୍ରୀମତୀ କାନ୍ତା ଚୋପ୍ରା ମଧ୍ୟ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ।
ଲୋକସେବକମଣ୍ଡଳ ଆଜୀବନ ସଦସ୍ୟ ଡ. ପ୍ରଭାସ ଆଚାର୍ଯ୍ୟ ପ୍ରାରମ୍ଭରେ ସ୍ୱାଗତଭାଷଣ ପ୍ରଦାନ ଅବସରରେ ସୂଚନା ପ୍ରଦାନ କରି ବିଗତ ୧୦ବର୍ଷ ଧରି ବିଭିନ୍ନ ଅଞ୍ଚଳରେ ବିଶେଷକରି ମହିଳା ଓ ଶିଶୁଙ୍କ ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ତଳଚମ୍ପେଇ ଓ ରିମୁଳିଘାଟିରେ ପଢ଼଼ୁଥିବା ୬୫ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଓ ପାଠ୍ୟ ଉପକରଣ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଝିଅମାନେ ଏହି ଅବସରରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମାଜସେବୀ ରାଜଶ୍ରୀ ଉପାଧ୍ୟାୟ, ଡାକ୍ତର ଉମାକାନ୍ତ ପତ୍ରୀ ଓ ଶାନ୍ତନୁ କୁମାର ମହାପାତ୍ର ଉପସ୍ଥିତ ଥିବାବେଳେ ଗୋପବନ୍ଧୁ ସେବାକେନ୍ଦ୍ର ସଦସ୍ୟ ଉତ୍କଳ ଦାସ, ସଦସ୍ୟା ବୈଶାଳୀ ପ୍ରିୟଦର୍ଶିନୀ, ପ୍ରଣତୀ ରାଉତ ଓ ସଞ୍ଜୁକ୍ତା ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଗୋପବନ୍ଧୁ ସେବାକେନ୍ଦ୍ରର ବରିଷ୍ଠ ସଦସ୍ୟ ଡ. ବିମ୍ବାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories