www.samajalive.in
Tuesday, December 9, 2025
23.1 C
Bhubaneswar

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମଲେଇ ପ୍ରକଳ୍ପର ବିଦ୍ୟୁତିକରଣ କରାଯିବ 

ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିର ଓ ଏହାର ଚର୍ତୁପାଶ୍ୱର୍ରେ ସମଲେଇ ଯୋଜନା ଅର୍ନ୍ତଗତ ପୁନଃ ବିକାଶ କାର୍ଯ୍ୟ ଜାରି ରହିଛି। ସେଥି ମଧ୍ୟରେ ବିଦ୍ୟୁତିକରଣ କାର୍ଯ୍ୟ ଏକ ଗୁରୁତ୍ୱପୁର୍ଣ୍ଣ ଅଟେ। ସମଲେଇ ପ୍ରକଳ୍ପ ଅଧିନରେ ଥିବା କମଳିବଜାର ସବଷ୍ଟେସନ ଠାରୁ ମନ୍ଦିର ପର୍ଯ୍ୟନ୍ତ ଟ୍ରାନ୍ସଫର୍ମକୁ ୩୦୦ ବର୍ଗ ମିଟରର ତାର ସଂଯୋଗ କରାଯିବ। ଏହି ୭୮୦ ମିଟର ଦୀର୍ଘ ଭୂତଳ କେବୁଲ କାର୍ଯ୍ୟକୁ ଟାଟା ପାୱାର ତରଫରୁ ହାତକୁ ନିଆଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଯିବ। ମୁଖ୍ୟ ନିର୍ବାହୀ ଅଧିକାରୀ ଗଜେନ୍ଦ୍ର କାଲୋ କହିଛନ୍ତି ଯେ, ଏହି ଭୂତଳ କେବୁଲ ସମ୍ପୁର୍ଣ୍ଣ ନିରାପଦ ଏବଂ ଏହାକୁ ଷ୍ଟେଟ ଅଫ ଆର୍ଟ ଦ୍ୱାରା ଭୂତଳ ତାର ପକାଇବା ପାଇଁ ଅଭିଜ୍ଞ ଠିକାଦାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି। ଅତି ଉଚ୍ଚ କ୍ଷମତା ସମ୍ପନ୍ନ ହୋଇଥିବାରୁ ମନ୍ଦିର ଓ ଏହାର ଚୁର୍ତପାଶ୍ୱର୍ର ବିଦ୍ୟୁତ ଚାହିଦାକୁ ମେଣ୍ଟାଇବା ସହିତ ୨ ହଜାର କେଭିଏ ପର୍ଯ୍ୟନ୍ତ ବିଦ୍ୟୁତ ଭାର ନିରବଚ୍ଛିନ୍ନ ଭାବରେ ଯୋଗାଇ ଦିଆଯିବ। ଏହି କାର୍ଯ୍ୟ ନିମନ୍ତେ ସରକାରଙ୍କ ତରଫରୁ ୧ କୋଟି ୯୩ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି କାର୍ଯ୍ୟ ସମ୍ପାଦନ ଦିଗରେ ଏହାର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରତି ସମ୍ପୁର୍ଣ୍ଣ ଭାବରେ ଦୃଷ୍ଟି ରଖାଯାଇଛି। ପଶ୍ଚିମ ଓଡିଶାର ବିକାଶ ଓ ବିଦ୍ୟୁତିକ ଭିତ୍ତିଭୂମିର ଉନ୍ନତି ଦିଗରେ ଟିପିଡବ୍ଲ୍ୟଓଡିଏଲ ସର୍ବଦା ପ୍ରୟାସରତ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories