www.samajalive.in
Sunday, December 14, 2025
26.1 C
Bhubaneswar

ଭ୍ଲାଦିମିର ପୁଟିନଙ୍କ ବିରୋଧରେ ତେଜୁଛି ବିଦ୍ରୋହ

ରୁଷ୍‌ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି ତାଙ୍କ ବିଶ୍ୱସ୍ତ ୟେଭ୍‌ଗେନି ପ୍ରିଗୋଝିନ୍‌ ରୁଷ ସେନା। ଏପରିକି ସେ ନିଜ ‘ୱାଗ୍‌ନର୍‌’ ମିଲିଟାରୀ ଗ୍ରୁପକୁ ମସ୍କୋ ରାସ୍ତା ଉପରେ ଓହ୍ଲାଇ ଦେଇଛନ୍ତି। ତେଣୁ ଯେକୌଣସି ମୁହୂର୍ତ୍ତରେ ରୁଷରେ ଗୃହ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ଦୃଢ଼ୀଭୂତ ହୋଇଛି। ପ୍ରିଗୋଝିନ୍‌ଙ୍କ ଘରୋଇ ସେନା ସଙ୍ଗଠନ ରୁଷ୍‌ର ୟୁକ୍ରେନ୍‌ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ଏଇ କିଛି ମାସ ହେଲା ମସ୍କୋର ‌ସାମରିକ ନେତୃତ୍ବ ସହିତ ତାଙ୍କର ସମ୍ପର୍କରେ ତିକ୍ତତା ଆସିଛି। ସେପଟେ ରୁଷ ଅଧିକାରୀ ରୋସ୍ତୋଭ୍‌ ସହରରେ ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି । ମସ୍କୋକୁ ଯୋଗାଯୋଗ କରୁଥିବା ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି। ରୁଷ ସୈନ୍ୟ ଆମର ୨ ହଜାର ଯୋଦ୍ଧାଙ୍କୁ ମାରି ଦେଇଛନ୍ତି ବୋଲି ୟେଭ୍‌ଗେନି ପ୍ରିଗୋଝିନ୍‌ ଅଭିଯୋଗ କରିଛନ୍ତି। ତେଣୁ ଦେଶରେ ସୈନ୍ୟ ନେତୃତ୍ୱକୁ ପ୍ରତିହତ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଯିଏ ବି ଏହାର ବିରୋଧ କରିବ, ତାକୁ ରାସ୍ତାରୁ ହଟାଇ ଦେବୁ । ଏଥିସହ ଆମର ୨୫ ହଜାର ଯବାନ ମରିବା ପାଇଁ ପ୍ରସ୍ତୁତ ଥିବା ବି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ପୁଟିନ୍‌ କହିଛନ୍ତି ଯେ, ଆମେ ଆମ ଲୋକଙ୍କର ଜୀବନ ଏବଂ ନିରାପତ୍ତା ପାଇଁ ଯୁଦ୍ଧ କରୁଛୁ ଏବଂ ସମସ୍ତଙ୍କ ଠାରୁ ଏକତା ଆଶା କରୁଛୁ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories