www.samajalive.in
Sunday, December 14, 2025
26.1 C
Bhubaneswar

ନେତା ନା ଅଫିସର, ଓଡ଼ିଶାକୁ ଚଳାଉଛି କିଏ? – ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଡେସ୍କ: ଓଡ଼ିଶାକୁ ଚଳାଉଛି କିଏ? ଏଠି ନେତା କିଏ କାହାକୁ ଜଣାନାହିଁ। ଓଡ଼ିଶାକୁ ନେତା ନା ଅଫିସର ଚଳାଉଛନ୍ତି? ବିଜେଡି ଏମ୍‌ପି, ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି, ଅଧିକାରୀଙ୍କ ହାତରେ ପୂରା ଶାସନ ଟେକି ଦେଇଛନ୍ତି ନବୀନ ବାବୁ। ଏମିତି କିଛି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା।

ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଗରୀବ କଲ୍ୟାଣ ମହା ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଦେଶରେ ୧୧ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସୁଫଳ ମିଳିଛି, କିନ୍ତୁ ନବୀନ ବାବୁ ଓଡ଼ିଶାରେ ଏହାକୁ ଲାଗୁ କରୁନାହାନ୍ତି, ଓଡ଼ିଶା ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରାଯାଉଛି। ସେ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦୀଜୀ ଓଡ଼ିଶାକୁ ୭୫ ଲକ୍ଷ ଘର ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ଦୁର୍ନୀତି ଉପରେ ଦୁର୍ନୀତି ହୋଇ ପ୍ରକୃତ ହିତାଧିକାରୀଙ୍କୁ ଘର ମିଳୁନାହିଁ। ସେ କହିଛନ୍ତି, ଆଗାମୀ ଦିନରେ ଓଡ଼ିଶାର ପ୍ରକୃତ ହିତାଧିକାରୀଙ୍କୁ ଘର ମିଳିବ ଏବଂ ଯେଉଁମାନେ ଦୁର୍ନୀତି କରିଛନ୍ତି ସେମାନଙ୍କୁ ଜେଲ ପଠାଯିବ।

- Advertisement -


ସେ କହିଛନ୍ତି, ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି, ହେଲେ ଓଡ଼ିଶା ସବୁଠାରୁ ପଛୁଆ ଆଉ ଗରିବ ରାଜ୍ୟ ଭାବେ ପରିଚିତ ହେଉଛି। ଦୁଃଖର ବିଷୟ ଆଜି ବି ଓଡ଼ିଶାର ୩.୫ କୋଟି ଲୋକ ରାସନ ପାଉଛନ୍ତି। କିନ୍ତୁ ମୋଦୀଜୀ ଭାରତର ଅତି ଗରିବ ହାରକୁ ଆଜି ୧ ପ୍ରତିଶତରୁ ବି କମ କରିଛନ୍ତି।

ଆଜି ସକାଳେ ଶ୍ରୀ ନଡ୍ଡା କଳାହାଣ୍ଡିରେ ଥିବା ମା’ ମାଣିକେଶ୍ୱରୀ ମନ୍ଦିର ପରିଦର୍ଶନ କରି କହିଛନ୍ତି ଯେ ଏହି ପବିତ୍ର ମନ୍ଦିର ଗଭୀର ଭକ୍ତି ଏବଂ ଈଶ୍ୱରୀୟତାର କେନ୍ଦ୍ର ଅଟେ। ମା’ ମାଣିକେଶ୍ୱରୀ ଆମ ଦେଶବାସୀଙ୍କୁ ସୁସ୍ଥ ଏବଂ ସମୃଦ୍ଧତା ପ୍ରଦାନ କରନ୍ତୁ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରି କୋଟି କୋଟି ହିତାଧିକାରୀଙ୍କୁ ସେବା ପ୍ରଦାନ କରିବାରେ ବିଜେପି ସରକାର ସର୍ବଦା ଆଗରେ ରହିଆସିଛି।

ଏହି ମହା ସମାବେଶରେ ରାଜ୍ୟ ସଭାପତି ମନମୋହନ ସାମଲ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡୁ ଏବଂ ପ୍ରଭାରି ପୁରନ୍ଦେଶ୍ୱରୀଙ୍କ ସମେତ ବହୁ ପ୍ରମୁଖ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories