www.samajalive.in
Saturday, December 13, 2025
21.1 C
Bhubaneswar

ଆସାମରେ ବନ୍ୟା ସ୍ଥିତି ସଙ୍ଗିନ, ୧ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ

ଗୁଆହାଟି: ଆସାମରେ ବର୍ଷା ଜାରି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ୧୦ଟି ଜିଲାରେ ୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଆସନ୍ତା କିଛିଦିନ ପର୍ଯ୍ୟନ୍ତ ଆସାମରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଫଳରେ ଏଠାରେ ବନ୍ୟା ସ୍ଥିତି ଅଧିକ ସଙ୍ଗିନ ହେବାର ଆଶଙ୍କା କରାଯାଉଛି। ବୁଧ ଓ ଗୁରୁବାର ଆସାମର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାରୁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଜଳମଗ୍ନ ହୋଇଯାଇଛି।

ଆସାମର ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ସୂଚନାନୁଯାୟୀ ବାକ୍ସା, ବାରପେଟା, ଦାରଙ୍ଗ, ଧେମାଜି, ଧୁବ୍ରି, କୋକ୍ରାଝର, ଲକ୍ଷ୍ମୀପୁର, ନାଲବାରୀ, ସୋନିତପୁର ଓ ଉଦାଲଗିର ଆଦି ଜିଲାରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ପାଖାପାଖି ୧ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ନାଲବାରୀ ଜିଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ଜିଲାର ପାଖାପାଖି ୪୫ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ବାକ୍ସା ଜିଲାର ୨୬ହଜାରରୁ ଊର୍ଦ୍ଧ୍ବ ଓ ଲକ୍ଷ୍ମୀପୁରର ୨୫ ହଜାରରୁ ଊର୍ଦ୍ଧ୍ବ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ୫ଟି ଜିଲାର ବନ୍ୟାପ୍ଲାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ପ୍ରଶାସନ ଦ୍ବାରା ସ୍ଥାପିତ ୧୪ଟି ଶରଣାର୍ଥୀ ଶିବିରରେ ରଖାଯାଇଛି। ଅନ୍ୟ ୫ଟି ଜିଲାରେ ୧୭ଟି ଶରଣାର୍ଥୀ ଶିବିର ସ୍ଥାପନ କରାଯାଇଥିବା ଜଣାପଡ଼ିଛି। ବନ୍ୟାଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ସେନା, ଅର୍ଦ୍ଧସାମରିକ ବାହିନୀ, ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍‌, ଅଗ୍ନିଶମ ବାହିନୀ, ସ୍ବେଚ୍ଛାସେବୀମାନେ ନିୟୋଜିତ ହୋଇଛନ୍ତି। ବନ୍ୟାଞ୍ଚଳରୁ ୧୨୮୦ଜଣଙ୍କୁ ଉଦ୍ଧାର କରାଯାଇଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ। ସେହିପରି ୭୮୦ଟି ଗାଁରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ୧୦ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଛି। ବନ୍ୟାଞ୍ଚଳରେ ରାସ୍ତା, ପୋଲ୍‌ ଆଦି କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ କେତେକ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ଜଣାପଡ଼ିଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories