www.samajalive.in
Friday, December 12, 2025
15.1 C
Bhubaneswar

ବର୍ଲିନରେ ବୈଷ୍ଣବ ଜିତିଲେ ରୌପ୍ୟ

ବଲାଙ୍ଗିର/ଟିକ୍ରାପଡ଼ା: ବର୍ଲିନରେ ଅନୁଷ୍ଠିତ ହେଉଥିବା ସ୍ୱତନ୍ତ୍ର ଅଲିମ୍ପିକ୍ସରେ ସଟ୍‌ପୁଟ୍‌ରେ ରୌପ୍ୟ ପଦକ ପାଇ ଭାରତ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶାର ବୈଷ୍ଣବ ରାଜପଲିଆ। ବଲାଙ୍ଗିର ଜିଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ା ଗାଁର ଭୁବନେ ରାଜପଲିଆ ଓ କସ୍ତୁରୀଙ୍କ ପୁଅ ବୈଷ୍ଣବ। ବାପା ଜଣେ ଚାଷୀ। ବହୁ କଷ୍ଟ ସ୍ୱୀକାର କରି ଦିବ୍ୟାଙ୍ଗ ବୈଷ୍ଣବଙ୍କୁ ସେମାନେ ଲାଳନପାଳନ କରିଥିଲେ। ଦିବ୍ୟାଙ୍ଗ ବୋଲି କେବେ ମନ ଦୁଃଖ କରି ନଥିଲେ। ସେ ସଇଁନ୍ତଲାର ଦିବ୍ୟାଙ୍ଗ ସ୍କୁଲରେ ପଢୁଥିଲେ। କ୍ରୀଡ଼ା କ୍ଷେତ୍ରରେ ବୈଷ୍ଣବଙ୍କ ପ୍ରତିଭା ରହିଥିବାରୁ କୋଚ୍‌ ଉମାକାନ୍ତ ଷଡଙ୍ଗୀ ସେ ଦିଗରେ ତାଙ୍କୁ ତାଲିମ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସେ ପଦକ ବିଜୟୀ ହୋଇଥିଲେ। ଦିବ୍ୟାଙ୍ଗ ହୋଇ ସ୍ବତନ୍ତ୍ର ଅଲମ୍ପିକ୍ସରେ ସେ ଭାଗନେବାକୁ ମନୋନୀତ ହୋଇଥିଲେ।

ଗତ ୧୭ରୁ ବର୍ଲିନରେ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଲମ୍ପିକ୍ସରେ ଭାରତୀୟ ଦଳରେ ବୈଷ୍ଣବ ପ୍ରତିନିଧିତ୍ବ କରିଥିଲେ। ସଟ୍‌ପୁଟ୍‌ରେ ବୈଷ୍ଣବ ରୌପ୍ୟ ପଦକ ହାସଲ କରିଥିବା କୋଚ୍‌ ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି। ବୈଷ୍ଣବଙ୍କ ପଦକ ବିଜୟୀ ହେବା ପରେ ଟିକ୍ରାପଡ଼ା ଗାଁରୁ ବଲାଙ୍ଗିର ଯାଏ ଖୁସି ପ୍ରକାଶ ପାଇଛି। ପୁଅର ପଦକ ତାଙ୍କୁ ବିଭୋର କରିଥିବା ମା’ କସ୍ତୁରୀ କୋହଭରା କଣ୍ଠରେ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories