www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରୀ ଶ୍ରୀ ଧବଳେଶ୍ୱର ଶ୍ରୀରାମଲୀଳା ମହାସଂଘର ପ୍ରଥମ ବାର୍ଷିକ ଉତ୍ସବ

ଗୁରୁଡିଝାଟିଆ :  ରାମନାମର ପ୍ରଚାର ପ୍ରସାର କରି ସମାଜରେ ଭାଇଚାରା ସୃଷ୍ଟିକରିବା , ଆଧ୍ୟାତ୍ମିକତା ମାଧ୍ୟମରେ ବସୁଧୈବ କୁଟୁମ୍ବକମ୍ ର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଗଠିତ ଶ୍ରୀ ଶ୍ରୀ ଧବଳେଶ୍ୱର ଶ୍ରୀରାମଲୀଳା ମହାସଂଘ କଖଡିର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଛି । ମହାସଂଘର ସଭାପତି ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମହାସଂଘର ସମସ୍ତ ରାମଲୀଳା ସଂଗଠନର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ମହାସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଯୁବନେତା ଦିଲ୍ଲିପ କୁମାର ଛତାର ,ବିଷ୍ଣୁଚରଣ ମହାରଣା, ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର, ବିଜେଡି ଜିଲ୍ଲା ସଂପାଦକ ନରେନ୍ଦ୍ର ସାହୁ ଅତିଥି ଭାବରେ ଯୋଗଦେଇ ମହାସଂଘର ଆଗାମୀ କାର୍ଯ୍ୟପନ୍ଥା ଓ ଶ୍ରୀରାମଲୀଳା ପରିବେଷଣ ସଂପର୍କରେ ବିଶଦ ଭାବେର ଆଲୋଚନା କରିଥିଲେ । ମହାସଂଘର ସଂପାଦକ ସୁଶାନ୍ତ କୁମାର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories