www.samajalive.in
Saturday, December 13, 2025
26.1 C
Bhubaneswar

ବନାନୀ କଳାସଙ୍ଗମର ୧୯ ତମ ସାମାଜିକ ନାଟକ ମଞ୍ଚସ୍ଥ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଅଗ୍ରଣୀ କଳା, ସଂସ୍କୃତି ଓ ନାଟକର ସର୍ବପୁରାତନ ଅନୁଷ୍ଠାନ ବନାନୀ କଳା ସଙ୍ଗମ ଫୁଲବାଣୀ ପକ୍ଷରୁ ରେଡକ୍ରସ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଗତ ଦୁଇ ଦିନ ବ୍ୟାପୀ ସ୍ଥାନୀୟ ସଭାଗୃହ ଠାରେ ନାଟ୍ୟକାର ଚିନ୍ତାମଣି ଜେନାଙ୍କ ଲିଖିତ ସାମାଜିକ ନାଟକ ସୁର୍ୟ୍ୟଦୋୟ ପୂର୍ବେ ମଞ୍ଚସ୍ଥ ହୋଇଥିଲା। ଦୀର୍ଘ ବର୍ଷ ବ୍ୟବଧାନରେ ଅନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ନାଟକ ଯୁବ ପିଢ଼ିଠୁ ଆରମ୍ଭ କରି ବୟସ୍କଙ୍କ ଯାଏଁ ସମସ୍ତଙ୍କୁ ବେଶ ଆକୃଷ୍ଟ କରିଥିଲା। ନାଟକର ସମସ୍ତ କଳାକାରଙ୍କ ନିଖୁଣ ଅଭିନୟ ଓ ଅନ୍ୟ ସମସ୍ତ ସଦସ୍ୟଙ୍କ ଆକୁଣ୍ଠ ସହଯୋଗ ହେତୁ ବେଶ ସଫଳତା ମିଳିଥିଲା।

ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ସେସଦେଵ ମିଶ୍ର ନାଟକକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନିର୍ଦ୍ଦେଶକ ତଥା କଳାକାର ରାଜେନ୍ଦ୍ର ପାଢ଼ୀ, ବରିଷ୍ଠ କଳାକାର ବିଜୟ କୁମାର ପାଣିଗ୍ରାହୀ, ନାଟ୍ୟକାର ଇଂ ମନୋଜ କୁମାର ଦଣ୍ଡପାଟ ଯୋଗ ଦେଇଥିବା ବେଳେ, ବନାନୀ କଳା ସଙ୍ଗମର ସାଧାରଣ ସମ୍ପାଦକ ଡ଼ଃ. ଅରୂପ ଜେନା, ସହ ନିର୍ଦ୍ଦେଶକ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ବନାନୀର ସଂଯୋଜକ ସୁନୀଲ ପଟ୍ଟନାୟକ, ସଭାପତି ରବୀନ୍ଦ୍ର ନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସମାଜସେବୀ ଅଶୋକ ପରିଡା ସ୍ଵାଗତ ଭାଷଣ ଦେଇଥିଲେ। ସେହିପରି ଦ୍ୱିତୀୟ ଦିନରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମସ୍ତ ଅତିଥିଙ୍କୁ ସଂଗଠନ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଛ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା।

- Advertisement -

ନାଟକରେ ଯୁଧିଷ୍ଠିର ମହାନ୍ତି, ସୁରେଶ ନାୟକ, ବୁଲୁ ବିଶୋଇ, ବିନୋଦ କୁମାର ସାହୁ, ଅବସର ପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ପ୍ରଶାନ୍ତ ବେହେରା, ଚନ୍ଦନ, ସୁକାନ୍ତ ବେହେରା, ବିଭୁତି ପଣ୍ଡା, ଟିକିନା, ପ୍ରମୁଖ ଅଭିନୟ କରିଥିବା ବେଳେ ଲେଡି ଆର୍ଟିଷ୍ଟ ସସ୍ମିତା ରାଉତ ବ୍ରହ୍ମପୁର ହିରୋଇନ ଭୂମିକାରେ ଅଭିନୟ କରିଥିଲେ। ବରିଷ୍ଠ କଳାକାର ନିର୍ଦ୍ଦେଶକ ପ୍ରଭାତ ଦାସ, ପାପକ୍ଷନୀ ପଟ୍ଟନାୟକ, ପ୍ରସନ୍ନ ପଣ୍ଡା, କ୍ଷିତୀଶ ମଲ୍ଲିକ ଅନ୍ୟମାନେ ସହଯୋଗ କରିଥିଲେ। ଖୁବ୍ ଶୀଘ୍ର ଏହି ନାଟକ ଭଞ୍ଜକଳା ମଣ୍ଡପ ଭୁବନେଶ୍ବର ଠାରେ ମଞ୍ଚସ୍ଥ ହେବ ବୋଲି ବନାନି ପକ୍ଷରୁ କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories