ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଛି ତିନି ରଥ। ଆଜି ଆଡପ ମଣ୍ଡପ ବିଜେ କରିବେ ତିନିଠାକୁର। ରଥରେ ଶରଧାବାଲିରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆଜି ସନ୍ଧ୍ୟା ପର୍ଯ୍ୟାନ୍ତ ରଥରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବେ। ଏହାପରେ ଆରମ୍ଭ ହେବ ଆଡପ ମଣ୍ଡପ ବିଜେ ନୀତି। ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ କରିବେ ମହାପ୍ରଭୁ। ବର୍ତ୍ତମାନ ରଥ ଉପରେ ଶ୍ରୀଜିଉଙ୍କର ସମସ୍ତ ନୀତିକାନ୍ତି ହେଉଛି। ଜନ୍ମବେଦୀକୁ ଯିବା ପରେ ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ହେବ। ଏହାସହ ଶୁକ୍ରବାର ଠାରୁ ମିଳିବ ଆଡପ ଅବଢା। ଏଥିପାଇଁ ଶ୍ରଦ୍ଧାଳୁ ଅପେକ୍ଷାରେ ରହିଛନ୍ତି।
Popular Categories



