www.samajalive.in
Saturday, December 13, 2025
14.1 C
Bhubaneswar

ଏସିସି ଏମର୍ଜିଂ ଏସିଆ କପ୍‌ ମହିଳା ଟି୨୦, ଭାରତ ‘ଏ’ ଚମ୍ପିଆନ

ହଂକଂ: ଏସିସି ଏମର୍ଜିଂ ଏସିଆ କପ୍‌ ମହିଳା ଟି୨୦ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ଭାରତ ‘ଏ’ ଚମ୍ପିଆନ୍ ହୋଇଛି। ବୁଧବାର ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶ ‘ଏ’ ମହିଳା ଦଳକୁ ୩୧ ରନ୍‌ରେ ଭାରତ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂକରି ଭାରତ ‘ଏ’ ୨୦ ଓଭରରେ ୭ ୱିକେଟରେ ୧୨୭ ରନ୍‌ କରିଥିଲା। ପରେ ଭାରତୀୟ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ବାଂଲାଦେଶ ‘ଏ’ ୪ଟି ବଲ୍‌ ବାକିଥାଇ ୯୬ ରନ୍‌କରି ଅଲ୍‌ଆଉଟ୍‌ ହୋଇଥିଲା।

ଟସ୍ ଜିତି ଭାରତ ‘ଏ’ ବ୍ୟାଟିଂ କରିଥିଲା। ଅଧିନାୟିକା ଶ୍ବେତା ଶେରାୱତ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ଅନ୍ୟ ଓପ୍‌ନର ୟୁ. ଚେତ୍ରୀ ୨୨ ରନ୍‌ କରିଥିଲେ। ଦିନେଶ ବୃନ୍ଦା ୨୯ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୬ ରନ୍‌ କରିଥିଲେ। କନିକା ଆହୁଜା ୨୩ ବଲ୍‌ରୁ ୪ଟି ଚୌକା ସହ ୩୦ ରନ୍‌କରି ଅପରାଜିତ ଥିଲେ। ଏମାନଙ୍କୁ ଛାଡ଼ି ଅନ୍ୟ କେହି ଦୁଇଅଙ୍କ ବିଶିଷ୍ଟ ସ୍କୋର୍ କରି ପାରିନଥିଲେ। ଭାରତ ଶେଷ ୫ଟି ୱିକେଟ ୧୪ ରନ୍‌ରେ ହରାଇଥିଲା। ବାଂଲାଦେଶର ନାହିଦା ଅକ୍‌ତର ଓ ସୁଲ୍‌ତାନା ଖାତୁନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ବାଂଲାଦେଶର ମାତ୍ର ୩ ଜଣ ବ୍ୟାଟର୍ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ କରି ପାରିଥିଲେ। ନାହିଦା ଅକ୍‌ତର ୨୨ ବଲ୍‌ରୁ ୧୭ ରନ୍‌କରି ଅପରାଜିତ ଥିଲେ। ଶୋଭନା ମୋସ୍ତାରି ୧୬ ଓ ସତୀ ରାଣୀ ୧୩ ରନ୍‌ କରିଥିଲେ। ବାଂଲାଦେଶର ୧୦ଟି ୱିକେଟ ମଧ୍ୟରୁ ଭାରତୀୟ ସ୍ପିନର ୯ଟି ୱିକେଟ ନେଇଥିଲେ। ଅଫ୍‌ସ୍ପିନର ଶ୍ରୀୟଙ୍କା ପାଟିଲ ୪ଟି, ବାମହାତି ସ୍ପିନର ମନ୍ନତ କଶ୍ୟପ ୩ଟି ଓ ଅଫ୍‌ସ୍ପିନର କନିକା ଆହୁଜା ୨ଟି ୱିକେଟ ନେଇଥିଲେ। କନିକା ଆହୁଜା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଓ ଶ୍ରୀୟଙ୍କା ପାଟିଲ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories