କଟକ: ପଞ୍ଜାବର ଅମୃତସରରେ ଚାଲିଥିବା ଜାତୀୟ ବରିଷ୍ଠ ମହିଳା ଫୁଟବଲ ଚମ୍ପିଆନସିପ୍ ଫାଇନାଲ ରାଉଣ୍ଡରେ ଓଡ଼ିଶା ତୃତୀୟ ବିଜୟ ହାସଲ କରିଛି।
ବୁଧବାର ଗ୍ରୁପ-ଏ ର ମ୍ୟାଚରେ ଯଶୋଦା ମୁଣ୍ଡାଙ୍କ ହ୍ୟାଟ୍ରିକ୍ ବଳରେ ଓଡ଼ିଶା ୪-୦ ଗୋଲରେ କର୍ଣ୍ଣାଟକକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ଅଧିନାୟିକା ଯଶୋଦା ମୁଣ୍ଡା ୩୪ ମିନିଟ୍ରେ ପ୍ରଥମ ଓ ୩୮ ମିନିଟ୍ରେ ଦ୍ବିତୀୟ ଗୋଲ ଦେଇଥିଲେ। ୪୪ ମିନିଟ୍ରେ ମାଳତି ମୁଣ୍ଡା ୩ୟ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଓଡ଼ିଶା ୩-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧ ତଥା ଖେଳର ୫୫ ମିନିଟ୍ରେ ଓଡ଼ିଶା ପକ୍ଷରୁ ଯଶୋଦା ମୁଣ୍ଡା ବ୍ୟକ୍ତିଗତ ୩ୟ ଓ ଦଳ ପକ୍ଷରୁ ୪ର୍ଥ ଗୋଲ ଦେଇଥିଲେ। ଓଡ଼ିଶା ପ୍ରଥମ ମ୍ୟାଚରେ ୨-୦ ଗୋଲରେ ଝାଡଖଣ୍ଡକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ୦-୩ ଗୋଲରେ ତାମିଲନାଡୁ ନିକଟରୁ ପରାଜିତ ହୋଇଥିଲା। ୩ୟ ମ୍ୟାଚରେ ୫-୦ ଗୋଲରେ ପଞ୍ଜାବକୁ ପରାସ୍ତ କରିଥିଲା। ୨୨ରେ ଓଡ଼ିଶା େଶଷ ଲିଗ୍ ମ୍ୟାଚ ଚଣ୍ଡିଗଡ଼ ସହିତ ଖେଳିବ।



