ଏଜବାଷ୍ଟନ: ଦକ୍ଷିଣ ଆମେରିକୀୟ ଫୁଟବଲ ମହାସଂଘ(କନ୍ମିବୋଲ)ର ସମ୍ମାନଜନକ ଫୁଟବଲ ପ୍ରତିଯୋଗିତା କୋପା ଆମେରିକା କପ୍ ଫୁଟବଲ-୨୦୨୪ ତାରିଖ ଘୋଷିତ ହୋଇଛି। ପ୍ରତିଯୋଗିତା ୨୦୨୪ ଜୁନ୍ ୨୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଆମେରିକାରେ ଖେଳାଯିବ। ଏଥିରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ସେଥିମଧ୍ୟରୁ ୧୦ଟି ଦକ୍ଷିଣ ଆମେରିକୀୟ ଓ୬ଟି କେନ୍ଦ୍ରୀୟ ଓ ଉତ୍ତର ଆମେରିକୀୟ ଦଳ ଭାଗନେବେ । ଫୁଟବଲର ପାୱାରହାଉସ ବ୍ରାଜିଲ ଓ ବିଶ୍ବ ବିଜେତା ଆର୍ଜେଣ୍ଟିନା ଭଳି ଦଳ ରହିଛନ୍ତି ବୋଲି ବୁଧବାର ଦକ୍ଷିଣ ଆମେରିକୀୟ ଫୁଟବଲ ମହାସଂଘ(କନ୍ମିବୋଲ) ପକ୍ଷରୁ ଘୋଷଣା କରାଯାଇଛି। କନ୍ମିବୋଲ ସଭାପତି ଆଲେକଜାେଣ୍ଡ୍ରା ଡୋମିନେଗ୍ବଜ କହିଛନ୍ତି ଯେ, କୋପା ଆମେରିକା କପ୍ ନୂତନ ସଂସ୍କରଣକୁ ଅନ୍ୟତମ ଶ୍ରେଷ୍ଠ କରିବାକୁ ଆମର ପ୍ରୟାସ। ଫୁଟବଲପ୍ରେମୀ ଓ ପ୍ରଶଂସକଙ୍କ ପାଇଁ ଏହା ଏକ ଉତ୍ସବର ମାହୋଲ ସୃଷ୍ଟି କରିବ ବୋଲି ଆଲେକଜାେଣ୍ଡ୍ରା କହିଛନ୍ତି। ସୂଚନାଯୋଗ୍ୟ, କୋପା ଆମେରିକା କପ୍ ଫୁଟବଲ ୨୦୨୧ରେ ଆର୍ଜେଣ୍ଟିନା ବିଜେତା ଓ ବ୍ରାଜିଲ ଉପ ବିଜେତା ଆଖ୍ୟା ଅର୍ଜନ କରିଥିଲା।
Popular Categories



