www.samajalive.in
Saturday, December 13, 2025
26.1 C
Bhubaneswar

ସାମାଜିକ ସୁରକ୍ଷା ଯୋଜନା ଉପରେ କର୍ମଶାଳା

ବୌଦ୍ଧ: ବୌଦ୍ଧ ଜିଲା ପ୍ରଶାସନ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବୂୁଧବାର ଦିନ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ପୃଷ୍ଠପୋଷକତା ସହାୟତା ପାଉଥିବା ଶିଶୁ ଓ ଅଭିଭାବକଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜାନା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। କର୍ମଶାଳାରେ ଜିଲାପାଳ ସତ୍ୟରଂଜନ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁମାନଙ୍କୁ ସୁରକ୍ଷା ବଳୟ ମଧ୍ୟରେ ରଖିବା ପାଇଁ ସରକାର ଅନେକ ଜନହିତକାରୀ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ସମସ୍ତ ଯୋଜନା ଗୁଡିକରେ ସାମିଲ ହୋଇ ଏହାର ଫାଇଦା ନେବାକୁ କହିଥିଲେ। ଏହା ସହ ଶିଶୁମାନେ କଠିନ ପରିଶ୍ରମ କରି ଜଣେ ଜଣେ ଭଲ ମଣିଷ ହେବାକୁ କହିଥିଲେ। ସମ୍ମାନୀତ ଅତିଥି ଭାବେ ଶିଶୁମଙ୍ଗଳ ସମିତିର ଅଧକ୍ଷ୍ୟ ଦାମୋଦର ସାହୁ ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ। ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ଚି÷ହ୍ନଟ କରି ପୃଷ୍ଠପୋଷକତା ଯୋଗାଇ ଦିଆଯିବ ବୋଲି କହିଥିଲେ। ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଓ ପରିବାର ମଙ୍ଗଳ ଯୋଜନା ଉପରେ ସାମିଲ ହେବା ପ୍ରକ୍ର୍ରିୟା ଉପରେ ମତବ୍ୟକ୍ତ କରିଥିଲେ। ଜିଲା ଶିଶୁସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିଶୁ ସୁରକ୍ଷା ୟୁନିଟର ରାଜେନ୍ଦ୍ର ମଲିକ, ବସନ୍ତ ଦିଶିରି, ଧନଂଜୟ ଖମ।।ରୀ ପ୍ରମୁଖ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories