www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା ଓ ନୀତୀଶ କୁମାରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସକୁ ବୁଧବାର ଦୁଇଟି ପିସିଆର କଲ୍‌ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବାକୁ ଧମକ ଦେଇଛି। ଫୋନ୍‌ରେ କରିଥିବା ବ୍ୟକ୍ତି ଜଣକ ମାଦିପୁର ନିବାସୀ ସୁଧୀର ଶର୍ମା ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ପରିବାର ଲୋକଙ୍କ କହିବାନୁସାରେ, ସେ ଅଧିକାଂଶ ସମୟରେ ମଦ୍ୟପାନ କରନ୍ତି। ପୁଲିସ ତାଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରଖିଛି।

ପୁଲିସର କହିବାନୁସାରେ, ଆଜି ଦିନ ୧୦ଟା ୪୬ ମିନିଟରେ ପ୍ରଥମ ପିସିଆର କଲ୍‌ ଆସିଥିଲା। ଯେଉଁଥିରେ ଫୋନ୍‌ କରିଥିବା ବ୍ୟକ୍ତି ଜଣକ ୧୦ କୋଟି ଟଙ୍କା ନଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା। ନାଙ୍ଗଲୋଇ ଅଞ୍ଚଳରୁ ଏହି କଲ୍‌ ଆସିଥିବା ଜଣାପଡ଼ିଛି। ପୁଣି, ଦିନ ୧୦ଟା ୫୪ରେ ସେହି ବ୍ୟକ୍ତି ଫୋନ୍‌ କରି ୨ କୋଟି ଟଙ୍କା ନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା। ଦୁଇଟି ଯାକ କଲ୍‌ ଗୋଟିଏ ନମ୍ବରରୁ ଆସିଥିଲା।

- Advertisement -

ଫୋନ୍‌ ଆସିବାର ତୁରନ୍ତ ପରେ ପୁଲିସ ତତ୍ପର ହୋଇଉଠିଥିଲା। କିଛି ସମୟ ମଧ୍ୟରେ ଫୋନ୍‌ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ପୁଲିସ ତାଙ୍କ ଘରେ ପହଞ୍ଚିବା ପରେ ସେ ସେଠାରେ ଉପସ୍ଥିତ ନଥିଲେ। ତାଙ୍କ ନାମ ସୁଧୀର ଶର୍ମା ବୋଲି ଜଣାପଡ଼ିଥିଲା। ପଚରାଉଚରାରୁ ଜଣାପଡ଼ିଛି ଯେ ସେ ଜଣେ ଅଭ୍ୟାସଗତ ମଦ୍ୟପ। ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories