www.samajalive.in
Monday, December 8, 2025
27.1 C
Bhubaneswar

କଣ୍ଟାବାଞ୍ଜିରେ ବିଶ୍ୱ ଯୋଗ ଦିବସ

କଣ୍ଟାବାଞ୍ଜି : ବିଶ୍ୱ ଯୋଗ ଦିବସ ପାଳନ ଅବସରରେ କଣ୍ଟାବାଞ୍ଜି ଯୋଗ ଏବଂ ଧ୍ୟାନ କେନ୍ଦ୍ର ଓ ଯୋଗ ସମିତିର ମିଳିତ ଅନୁକୂଲ୍ୟରେ ସ୍ଥାନୀୟ ମାନସ ଭବନ ଠାରେ ଯୋଗ ଦିବସ ପାଳନ କରାଯାଇଛି।ଏହି ଅବସରରେ ଆଜି ପ୍ରାତଃ ସମୟରେ ଯୋଗ ସମିର ସଦସ୍ୟ ଗଣ ଏକାଠି ହୋଇ ଯୋଗ ଅଭ୍ୟାସରେ ସାମିଲ ହୋଇଥିଲେ। ଏହା ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା। ପରେ ଏକ ବୈଠକରେ, ଯୋଗ ଓ ଧ୍ୟାନର ଉପକାର, ଅଧ୍ୟାତ୍ମିକତାର ଭାବ ଧାରାକୁ ନେଇ ବସୁଧୈବ କୁଟୁମ୍ବକମକୁନେଇ ବିଚାର ବିମର୍ଷ କରାଯାଇଥିଲା। ଯୋଗ ଦିବସ ଅବସରରେ ଯୋଗ ଗୁରୁ ନରୋତ୍ତମ ପଣ୍ଡା, ଗୋବିନ୍ଦ ଭୁଏ, କାଁହୁ ଚରଣ ବହିଦାର, ବିକାଶ ଜୈନ, ଅରୁଣ ଜୈନ,ଦୁଃଖିଶ୍ୟାମ ରାଏ, ଅରୁଣ କୁମାର ଅଗ୍ରୱାଲ, ବୃନ୍ଦାବନ ନାଗ, ରାକେଶ ଜୈନ, ସୁନୀଲ ସାହୁ, ମୁରାରୀଲାଲ ଅଗ୍ରୱାଲ ପ୍ରମୁଖ ସାମିଲ ଥିଲେ।
ସେହିପରି କଣ୍ଟାବାଞ୍ଜି ଶିଶୁ ବିଦ୍ୟାମନ୍ଦିରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବ କୁମାର ସାହୁ, ପରିଚାଳନା ସମିତି ସଭାପତି କୁଞ୍ଜ ବିହାରୀ ବେହେରା, ସମ୍ପାଦକ ଯୁବରାଜ ମେହେର, ସଦସ୍ୟ କୈଳାସ ଦୀପ ଉପସ୍ଥିତ ରହି ବିଶ୍ୱ ଯୋଗ ଦିବସ ଉପରେ ମାର୍ଗ ଦର୍ଶନ କରିଥିଲେ। ବିଦ୍ୟାଳୟର ଶିଶୁ ଭାଇ-ଭଉଣୀ, ଗୁରୁଜୀ-ଗୁରୁମା, ସେବକ-ସେବିକା ଏବଂ ପରିଚାଳନା କମିଟି ସଦସ୍ୟ-ସଦସ୍ୟା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories