www.samajalive.in
Monday, December 8, 2025
27.1 C
Bhubaneswar

ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତିରେ ସାହାଯ୍ୟ କରିଥାଏ ଯୋଗ : ରାଜନାଥ

କୋଚି : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସମଗ୍ର ବିଶ୍ୱ ଭାରତର ସଂସ୍କୃତିକୁ ସ୍ୱୀକୃତି ପ୍ରଦାନ କରିବା ସହ ଏହାକୁ ଆପଣାଉଥିବାରୁ ଦେଶପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ । କୋଚିଠାରେ ଆଇଏନ୍‌ଏସ୍‌ ବିକ୍ରାନ୍ତରେ  ଆନ୍ତର୍ଜାତିକ ଯୋଗ ଦିବସରେ ଅଗ୍ନିବୀରମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯୋଗ ଆଧ୍ୟାତ୍ମିକ, ମାନସିକ ଓ ଶାରିରୀକ ବିକାଶରେ ସାହାଯ୍ୟ କରିବା ସହିତ ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯୋଗ ପାଇଁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡିନଥାଏ ବୋଲି ଦର୍ଶାଇ ସେ କହିଛନ୍ତି ଏହାର ସୁଫଳ କାହିଁ କେତେ ଗୁଣା ଅଧିକ। ନୌସେନା ମୁଖ୍ୟ ଆର. ହରିକୁମାର ମଧ୍ୟ ଏହି ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି ଅବସରରେ ଶ୍ରୀ ସିଂହ ଅଗ୍ନିବୀରମାନଙ୍କ ସହ ଆଲୋଚନା କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ସିପ୍‌ ହ୍ୟାଣ୍ଡଲିଙ୍ଗ ସିମୁଲେଟର-ଧ୍ରୁବକୁ ଉଦ୍‌ଘାଟନ କରିଛନ୍ତି ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories