ଆଜି ବିଶ୍ୱ ସଂଗୀତ ଦିବସ

ଡେସ୍କ :  ଆଜି ବିଶ୍ୱ ସଂଗୀତ ଦିବସ । ମନୁଷ୍ୟ ଜୀବନରେ ସଂଗୀତର ଭୂମିକା ଓ ସାର୍ବଜନୀନ ଭାଷାର ଭୂମିକାକୁ ଲୋକଲୋଚନକୁ ଆଣିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ସମଗ୍ର ବିଶ୍ୱର ସଂଗୀତକାର ଓ ସଂଗୀତ ପ୍ରେମୀମାନେ ବିଶ୍ୱ ସଂଗୀତ ଦିବସରେ ଏକତ୍ରିତ ହୋଇ ସଂଗୀତ ପରିଷେଣ ଓ ଉପଭୋଗ କରିଥାନ୍ତି । ଭାରତୀୟ ସଙ୍ଗୀତ ପରମ୍ପରା ବେଶ ପ୍ରାଚୀନ ଓ ମହାନ । ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ଭାରତୀୟ ସଂଗୀତକାର ବେଶ ସୁନାମ ଅର୍ଜନ କରିଛନ୍ତି।

prayash

ଆଜି ନାଗାଲାଣ୍ଡରେ ଏହି ଉପଲକ୍ଷେ ସଂଗୀତକାରମାନେ ବିଭିନ୍ନ ପ୍ରକାରର ସଂଗୀତ ପରିବେଷଣ କରୁଛନ୍ତି । ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓ ସଂଗୀତ ଜଗତ ସହ ଜଡିତ ବ୍ୟକ୍ତି ଓ ସଂଗୀତ ପ୍ରେମୀମାନଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.