www.samajalive.in
Sunday, December 7, 2025
26.1 C
Bhubaneswar

କାମାକ୍ଷାନଗରରେ ବିଶ୍ୱ ଯୋଗ ଦିବସ ପାଳିତ

କାମାକ୍ଷାନଗର : ବିଶ୍ୱ ଯୋଗ ଦିବସ ୨୦୨୩ ଅବସରରେ ୧୨ ଓଡିଶା ବାଟାଲିୟନ ଏନ ସି ସି, ଢେଙ୍କାନାଳର ମାର୍ଗଦର୍ଶନରେ କାମାକ୍ଷାନଗର ସ୍ଥିତ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ,ପଂଚାୟତରାଜ ଉଚ୍ଚ ବିଦ୍ୟାଳୟ, କାନପୁରା, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କାମାକ୍ଷାନଗରର ଶତାଧିକ ଏନ ସି ସି କ୍ୟାଡଟମାନଙ୍କ ଦ୍ୱାରା ବିଶ୍ୱ ଯୋଗ ଦିବସ ପାଳିତ ହୋଇ ଯାଇଛି । କାର୍ୟ୍ୟକ୍ରମର ପ୍ରାରମ୍ଭରେ କାମାକ୍ଷାନଗର ଉପକାରାଗାରର ସବଜେଲର ସନ୍ତୋଷ କୁମାର ଦୁର୍ଗ  ପ୍ରଦୀପ ପ୍ରଜ୍ବଳନ କରି କାର୍ୟ୍ୟକ୍ରମର ଶୁଭାରମ୍ଭ କରି ଆମ ଜୀବନରେ ଯୋଗର ଭୂମିକା ଉପରେ ଆଲୋକପାତ କରିଥିଲେ ।
ଆର୍ଟ ଅଫ ଲିଭିଂର ଯୋଗଗୁରୁ ଶଙ୍କର୍ଷଣ ପଣ୍ଡା ଯୋଗ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ଜେନା  ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମର ପରିଚାଳନାରେ ଏନ ସି ସି ଅଧିକାରୀ ଧ୍ରୁବ ଚରଣ ସୁନ୍ଦର ରାୟ, ଦୁର୍ୟ୍ୟୋଧନ ସାହୁ, ଅଭିଷେକ ସାହୁ, ବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରତାପ କୁମାର ସାମନ୍ତ, କର୍ମଚାରୀ ଶ୍ରୀ ମନ୍ମଥ ନାୟକ ଓ ଶ୍ରୀ ଅଶୋକ କୁମାର ନାୟକ ସହାୟତା ପ୍ରଦାନ କରିଥିଲେ । ଆଜିର କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ କାମାକ୍ଷାନଗର ବାର ଆସୋସିଏସନର ସଭାପତି ଧର୍ମାନନ୍ଦ ମଲ୍ଲିକ, ଶିଶୁମନ୍ଦିରର ପ୍ରଧାନଚାର୍ୟ୍ୟ ଗୌରଚନ୍ଦ୍ର ନନ୍ଦ ଯୋଗଦାନ କରିଥିଲେ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories