www.samajalive.in
Saturday, December 6, 2025
23.1 C
Bhubaneswar

ମମତାଙ୍କୁ ସୁପ୍ରିମକୋର୍ଟ ଝଟକା : ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବାହିନୀ ମୁତୟନ ରାୟ କାୟମ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନୀ ହିଂସା ମାମଲାରେ ଆସିଛି ବଡ଼ ଟ୍ବିଇଷ୍ଟ। ଏହି ମାମଲାରେ କଲକତା ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଫଳରେ ମମତାଙ୍କୁ ସରକାରଙ୍କୁ ଲାଗିଛି ଶକ୍ତ ଝଟକା। ପ୍ରକାଶ ଯେ, କଲକତା ହାଇକୋର୍ଟ ହିଂସାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲାରେ ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିବାବେଳେ ହାଇକୋର୍ଟ ଦେଇଥିବା ରାୟକୁ କାୟମ ରଖିଛନ୍ତି । ସେପଟେ ନାମାଙ୍କନ ପ୍ରତ୍ୟାହାର ପାଇଁ ଜୁନ୍ ୨୦ ହେଉଛି ଶେଷ ତାରିଖ। ସୁପ୍ରିମକୋର୍ଟ କହିଛନ୍ତି ଯେ ହିଂସା ପରିବେଶରେ ନିର୍ବାଚନ କରାଯାଇପାରିବ ନାହିଁ। ନିର୍ବାଚନ ନିରପେକ୍ଷ ଏବଂ ମୁକ୍ତ ହେବା ଉଚିତ୍। ରାଜ୍ୟ ସରକାରଙ୍କ ପାଖରେ ପୁଲିସ ଫୋର୍ସର ଅଭାବ ରହିଛି । ସେମାନେ ନିଜେ ସ୍ୱୀକାର କରିଛନ୍ତି ଯେ ଅନ୍ୟ ରାଜ୍ୟରୁ ପୁଲିସ ଫୋର୍ସ ଆଣିବାର ବ୍ୟବସ୍ଥା କରିବେ । ଏହି କାରଣରୁ ହାଇକୋର୍ଟ ଅନ୍ୟ ରାଜ୍ୟରୁ ପୁଲିସ ଡାକିବା ପରିବର୍ତ୍ତେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ମୁତୟନ କରିବାକୁ କହିଛନ୍ତି। ତେଣୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ । ପ୍ରକାଶ ଯେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟରେ ଉପୁଜିଥିବା ହିଂସା ସ୍ଥିତିକୁ ଦେଖି ହାଇକୋର୍ଟ ରାଜ୍ୟରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ ରାଜ୍ୟ ନିର୍ବାଚନ କମିସନ (ଏସ୍‌ଇସି)ଙ୍କୁ ନିର୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି ରାଜ୍ୟ ସରକାର ଓ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories