ମେଘାଳୟର ଖାସି ପାହାଡ ଜିଲାରେ ଅବସ୍ଥିତ ଏକ ଗାଁ ହେଉଛି ଉମନିୟୁ-ତାମର ଏଲାକା। ଏଠାକାର ଲୋକମାନେ ନିଜ ପିଲାଙ୍କ ପାଇଁ ଏପରି ନାମ ରଖିଛନ୍ତି, ଯାହା ଶୁଣିବା ମାତ୍ରେ ହସ ଲାଗେ। ସେଠିକା ପିଲାଙ୍କ ନାଁ ହେଉଛି ଇଟାଲୀ, ଆର୍ଜେଣ୍ଟିନା, ସ୍ବିଡେନ, ଇଣ୍ଡୋନେସିଆ, ଫ୍ରାନ୍ସ ଏବଂ ଆମେରିକା ଭଳି ଦେଶ। ପ୍ରୋମିସ୍ଲ୍ୟାଣ୍ଡ, ହୋଲିଲ୍ୟାଣ୍ଡ ଏବଂ ଜେରୁଜେଲମ ନାମରେ ଲୋକମାନେ ମଧ୍ୟ ଅଛନ୍ତି। କେବଳ ଦେଶ ନାମକୁ ଅନୁକରଣ କରି ନୁହେଁ, ସ୍ଥାନୀୟ ଲୋକମାନେ ନିଜ ପିଲାମାନଙ୍କ ପାଇଁ ସଣ୍ଡେ, ମଣ୍ଡେ, ଟ୍ୟୁଜ୍ଡେ୍ଠାରୁ ଆରମ୍ଭ କରି ଜ୍ୟୁପିଟର, ପ୍ଲୁଟୋ ଏବଂ ମାର୍ସ ଭଳି ଗ୍ରହର ନାମ ମଧ୍ୟ ରଖିଛନ୍ତି। ବାଂଲାଦେଶ ସୀମାବର୍ତ୍ତୀ ଏହି ଗାଁ କେବଳ ଲୋକମାନଙ୍କ ନାମକୁ ନେଇ ବେଶ ପ୍ରସିଦ୍ଧ। ସେଠି ବସବାସ କରୁଥିବା ଅନେକ ଲୋକ ଅଛନ୍ତି ଯେଉଁମାନେ ଆଦୌ ଇଂରାଜୀ ଜାଣନ୍ତିନି, ସେମାନେ ବାହାରୁ ଆସୁଥିବା ପର୍ୟ୍ୟଟକଙ୍କ କଥା ଶୁଣିବା ପରେ ନିଜ ପିଲାଙ୍କର ନାମକୁ ଇଂରାଜୀ ଶବ୍ଦରେ ରଖିଛନ୍ତି।
Popular Categories



