ସମ୍ବଲପୁର: ଆଜି ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏସଏସଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ପର୍ୟ୍ୟବେକ୍ଷକ ତଥା ଜେନେରାଲ ମ୍ୟାନେଜର ଓଡିଶା ରାଜ୍ୟ ବିପର୍ୟ୍ୟୟ ପରିଚାଳନା କତ୍ତପକ୍ଷ ର ଜ୍ୟୋତିରଞ୍ଜନ ପ୍ରଧାନ, ସଦର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା ସମେତ ଲାଇନ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାରେ ବନ୍ୟା କିମ୍ବା ବାତ୍ୟା ପରିସ୍ଥିତି ଉପୁଜିଲେ କିପରି ତାକୁ ମୁକାବିଲା କରିପାରିବା ସେହି ବିଷୟରେ ବିଭାଗୀୟ ଅଧିକାରୀ ମାନେ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ସମନ୍ଵୟ ରକ୍ଷା କରି ଯଦି ଆମେ ବିପର୍ୟ୍ୟୟ କୁ ମୁକାବିଲା କରିବା ତେବେ ଆମେ ସଫଳ ହେଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଛନ୍ତି। ସୂଚନା ଯେ ଆସନ୍ତା କାଲି ଅର୍ଥାତ ୧୯ ଜୁନ ରେ ବିନାଖଣ୍ଡି, ସମଲେଶ୍ୱରୀ, ଚାଉଁରପୁର ଓ ଧମା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ। ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଆଦିତ୍ୟ ପଣ୍ଡା ବୈଠକରେ ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ସା ସହଯୋଗ କରିଥିଲେ।
Popular Categories



