www.samajalive.in
Friday, December 12, 2025
15.1 C
Bhubaneswar

୨୩ରେ ଛୁଇଁବ ମୌସୁମୀ !

ଭୁବନେଶ୍ୱର : ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେଲାଣି। ଜୁନ୍‌ ପହିଲାରେ ମୌସୁମୀ କେରଳ ଛୁଇଁଲେ ଏହାର ୧୦ରୁ ୧୨ଦିନ ମଧ୍ୟରେ ଓଡ଼ିଶାରେ ସ୍ପର୍ଶ କରିଥାଏ। ଯଦି କୌଣସି କାରଣରୁ ମୌସୁମୀ ଆସିବାରେ ବାଧାପ୍ରାପ୍ତ ହୋଇ ନିଷ୍କ୍ରିୟ ରହିଲା ତେବେ ୧୬ରୁ ୧୮ତାରିଖ ଭିତରେ ମୌସୁମୀ ଆସିଯାଏ। ଚଳିତ ବର୍ଷ ମୌସୁମୀ ବାୟୁ ରାଜ୍ୟକୁ କେବେ ପ୍ରବେଶ କରିବ ତା’ଉପରେ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ପାଣିପାଗ ବିଶେଷଜ୍ଞଙ୍କ ମତ, ୨୩ ତାରିଖ ପରେ ରାଜ୍ୟରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୩ ବେଳକୁ ରାଜ୍ୟରେ ମୌସୁମୀ ବର୍ଷା ହେବା ସମ୍ଭାବନା ରହିଛି। ୧୯ରୁ ୨୨
ତାରିଖ ମଧ୍ୟରେ କେତେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷାର ସମ୍ଭାବନା ରହିଛି। ୨୩ରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ଦ୍ବାରା ମୌସୁମୀ ପ୍ରବେଶ ନେଇ ଘୋଷଣା କରାଯାଇପାରେ। ଜୁନ୍‌ରେ ସମୁଦାୟ ବର୍ଷା ୮୦ମିମି ହୋଇପାରେ। ସମ୍ଭବତଃ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ କମ୍‌ ବର୍ଷାର ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣରେ ଅଧିକ ବର୍ଷା ହୋଇପାରେ। ମାସରେ ପ୍ରାୟତଃ ୫୦% ନିଅଣ୍ଟିଆ ବର୍ଷାର ସମ୍ଭାବନା ରହିଛି।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ମୌସୁମୀ ବାୟୁ ଅଗ୍ରସରରେ ଏକ ଘୂର୍ଣ୍ଣିବଳୟ ବାଧାସୃଷ୍ଟି କରୁଛି। ୨୩ ଓ ୨୪ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ହୁଏତ ୨୩ କିମ୍ବା ୨୪ ବେଳକୁ ମୌସୁମୀ ଛୁଇଁବା ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ଚାଷୀ ଧାନ ବୁଣାବୁଣି କରୁଛନ୍ତି। ମୌସୁମୀ ଆସି ନଥିବାରୁ କାଳବୈଶାଖୀ ବର୍ଷା ଉପରେ ଚାଷ ନିର୍ଭରଶୀଳ। ଯେଉଁ ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହେଉଛି ସେହି ଅଞ୍ଚଳ‌େ‌ର ଚାଷୀ ଧାନ ବୁଣାବୁଣି କରୁଛନ୍ତି। ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଥିବାରୁ ମୌସୁମୀ ଅବଧି କମିବ। ତେଣୁ ଚାଷୀ ଧାନ ଫସଲ ଅପେକ୍ଷା ଅଣଧାନ ଫସଲ ଉପରେ ଅଧିକ ଗୁରୁତ୍ବ ଦେବାକୁ ପାଣିପାଗ ବିଶେଷଜ୍ଞ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories