www.samajalive.in
Thursday, December 11, 2025
13.1 C
Bhubaneswar

ମିଳିଲାନି ମହାପ୍ରୟାଣ ଗାଡ଼ି : ସାଇକଲରେ ବୁହା ହେଲା ଶବ

ସୋନପୁର : ରାଜ୍ୟ ସରକାର ଗରିବ ଲୋକଙ୍କୁ ଦ୍ୱାର ମୁହଁରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କଲେ ଡାକ୍ତରଖାନାରୁ ମାଗଣାରେ ଶବ ନିଜ ଘରକୁ ନେବାକୁ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା ମଧ୍ୟ କରିଛନ୍ତି। କିନ୍ତୁ ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲା ସୁବର୍ଣ୍ଣପୁର ବିନିକାରେ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଜଣେ ବୃଦ୍ଧାଙ୍କ ଶବକୁ ଡାକ୍ତରଖାନାରୁ ଅଢେଇ କିମି ଦୂର ଘରକୁ ସାଇକଲରେ ବୋହି ନେବାକୁ ପଡ଼ିଛି। ବିନିକା ଥାନା ଅନ୍ତର୍ଗତ ମେଘଲା ଗ୍ରାମର ୮୦ ବର୍ଷିୟା ଅସହାୟା ଋକ୍ମିଣୀ ସାହୁଙ୍କ କେହି ନଥିବାରୁ ସେ ଘରେ ଏକା ରହୁଥିଲେ। ଶୁକ୍ରବାର ତାଙ୍କ ଦେହ ଖରାପ ହେବାରୁ ଗ୍ରାମର ଶାନ୍ତନୁ ଗୁରୁ ତାଙ୍କୁ ବିନିକା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ବୃଦ୍ଧା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ। ଋକ୍ମିଣୀ ଅତ୍ୟନ୍ତ ଗରିବ ଅସହାୟ ମହିଳା ହୋଇଥିବାରୁ ତାଙ୍କ ଶବକୁ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ଖୋଜା ପଡ଼ିଥିଲା; କିନ୍ତୁ ମହାପ୍ରୟାଣ ନ ମିଳିବାରୁ ଶେଷରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଫୋନ କରି ଶବ ନେବାକୁ ଗାଡ଼ିଟିଏ ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିଲା। ତେବେ ସଂପୃକ୍ତ ଅଧିକାରୀ କୁଆଡ଼େ ମିଶନ ଶକ୍ତି ମହିଳାଙ୍କୁ କୁହ ବୋଲି ପରାମର୍ଶ ଦେଇଥିଲେ। ତେଣୁ ଶାନ୍ତନୁ ଅନ୍ୟ ଉପାୟ ନପାଇ ଶେଷରେ ବୃଦ୍ଧାଙ୍କ ଶବକୁ ନିଜ ସାଇକଲରେ ବୋହି ଅଢ଼େଇ କିଲୋମିଟର ଦୂର ଘରକୁ ନେଇଛନ୍ତି। ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ସଚେତନ ମହଲରେ ଏନେଇ ଉଦବେଗ ପ୍ରକାଶ ପାଇଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories