www.samajalive.in
Friday, December 12, 2025
15.1 C
Bhubaneswar

୨୦ରୁ ୨୫ ମୋଦୀଙ୍କ ଆମେରିକା, ଇଜିପ୍ଟ ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍‌ ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଓ ଇଜିପ୍ଟ ଗସ୍ତରେ ଯିବେ ବୋଲି ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍‌ ୨୦ ତାରିଖରେ ମୋଦୀ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିବେ। ୨୧ ତାରିଖରେ ସେ ଜାତିସଂଘ ମୁଖ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ଉତ୍ସବରେ ଯୋଗ ଦେବେ। ଜୁନ୍ ୨୨ରେ ସେ ହ୍ବାଇଟ ହାଉସରେ ରାଷ୍ଟ୍ରପତି ବାଇଡେନଙ୍କ ସହିତ ଉଚ୍ଚସ୍ତରୀୟ କଥାବାର୍ତ୍ତା କରିବେ। ରାତିରେ ହ୍ବାଇଟ୍ ହାଉସରେ ନୈଶ ଭୋଜିରେ ଯୋଗ ଦେବେ। ଜୁନ୍ ୨୩ରେ ଉପରାଷ୍ଟ୍ରପତି କମଳା ହାରିସ ଓ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବେ। ଏହିଦିନ ସେ ଭାରତୀୟ ବଂଶୋଦ୍ଭବଙ୍କ ସହିତ ଆଲୋଚନା କରିବେ। ଜୁନ୍ ୨୪ ଓ ୨୫ ତାରିଖରେ ସେ ଇଜିପ୍ଟ ଗସ୍ତ କରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories